ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବିମାନ ଉଡାଣ ଉପରେ କଟକଣା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ରବିବାର ଦେଶର ୪୫,୦୮୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୬୦ ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୯୫,୦୩୦ ଓ ମୋଟ ମୃତୁ୍ୟ ସଂଖ୍ୟା ୪,୩୭,୮୩୦ ରେ ପହଞ୍ଚିଛି । ସେହିଭଳି ଗତ ୨୪ ଘଣ୍ଟାରେ ୩୫,୮୪୦ ଆକ୍ରାନ୍ତ ସୁସ୍ଥ ହେବା ସହ ମୋଟ ୩,୧୮,୫୨,୮୦୨ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ୩,୬୮,୫୫୮ ସକି୍ରୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଦେଶରେ ମୋଟ ୭୩.୮୫ ପାନ ଟିକାକରଣ କରାଗଲାଣି । କେରଳରେ ସଂକ୍ରମଣ ୩୦ ହଜାରରୁ କମି ୨୯୮୩୬ ରେ ରହିଛି । ଦୈନିକ ମୃତୁ୍ୟ ସଂଖ୍ୟା ୭୫ ରହିଛି । ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆନ୍ତର୍ଜାତିକ ବିମାନ ଉଡାଣ ଉପରେ କଟକଣାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବେସାମରିକ ବିମାନ ଚଳାଚଳ ନିଦେ୍ର୍ଧଶାଳୟର ବିଜ୍ଞପ୍ତି ଅନୁସାରେ ନିର୍ଦ୍ଧିଷ୍ଟ କେତେକ ରାସ୍ତା ବ୍ୟତୀତ ଅନ୍ୟ ରାସ୍ତାରେ ଆନ୍ତର୍ଜାତିକ ବିମାନ ଉଡାଣ କରିପାରିବ ନାହିଁ । ଅନ୍ୟ ରାସ୍ତାରେ ବିମାନ ଉଡାଣ ନିମନ୍ତେ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ । ମାଲ ପରିବହନ କ୍ଷେତ୍ରରେ ଆନ୍ତର୍ଜାତିକ ବିମାନ ଉଡାଣ ଉପରେ କୌଣସି କଟକଣା ରହିବ ନାହିଁ
Powered by Froala Editor