ତାଲିବାନୀ ବନ୍ଧୁକ ମୁନରେ ଟିଭି ସମ୍ବାଦଦାତା
କାବୁଲ: ବନ୍ଧୁକ ମୁନରେ ଟିଭି ସମ୍ବାଦଦାତା। ଚାରିପଟେ ଘେରି ରହିଛନ୍ତି ବନ୍ଧୁକଧାରୀ। ଷ୍ଟୁଡିଓ ଭିତରେ ସାମ୍ବାଦିକଙ୍କ ପଛରେ ଠିଆ ହୋଇଛନ୍ତି, ଆଉ ଏଭଳି ପରିସ୍ଥିତିରେ ନ୍ୟୁଜ ପଢ଼ୁଛନ୍ତି ଜଣେ ସାମ୍ବାଦିକ। ସେ ନିଜେ ଭୟଭୀତ ଥିଲେ ମଧ୍ୟ ଅନ୍ୟମାନଙ୍କୁ ‘ଭୟ କର ନାହିଁ’ ବୋଲି କହୁଛନ୍ତି। ଆଫଗାନିସ୍ତାନରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଆଫଗାନିସ୍ତାନର ଏକ ଟିଭି ଚ୍ୟାନେଲର ଷ୍ଟୁଡିଓ ଭିତରେ ପଶି ସାମ୍ବାଦିକଙ୍କୁ ଧମକାଇଛନ୍ତି ତାଲିବାନୀ। ଏପରିକି ବନ୍ଧୁକ ମୁନରେ ଜଣେ ଟିଭି ସମ୍ବାଦଦାତାଙ୍କୁ ନ୍ୟୁଜ ପଢ଼ିବାକୁ କହିଛନ୍ତି। କେବଳ ସେତିକି ନୁହେଁ ତାଲିବାନୀଙ୍କ ପ୍ରଶଂସା କରିବା ପାଇଁ ମଧ୍ୟ ସେମାନେ ତାଗିଦ କରିଛନ୍ତି। ଆଉ ସେପଟେ ଅସହାୟ ନ୍ୟୁଜ ଆଙ୍କର ଜଣକ ତାଙ୍କ କଥା ମାନିବାକୁ ବାଧ୍ୟ ହୋଇଛନ୍ତି। ଭୟରେ ଥିବା ଆଙ୍କର ଜଣକ ଅନ୍ୟମାନଙ୍କୁ ଭୟ ନକରିବା ପାଇଁ ବାର୍ତ୍ତା ଦେଇଛନ୍ତି।
Powered by Froala Editor