ବିରୋଧୀଙ୍କୁ ମାତ୍ ଦେବାକୁ ଚେଷ୍ଟା: ପଞ୍ଜିଶରରେ ଇଣ୍ଟରନେଟ୍ ସେବା ବନ୍ଦ କଲା ତାଲିବାନ

ତାଲିବାନୀମାନେ ଆଫଗାନିସ୍ତାନ କବ୍ଜା କରିନେଇଥିଲେ ବି ପଞ୍ଜିଶର ଦଖଲ କରିପାରୁନାହାନ୍ତି । ତେଣୁ ପଞ୍ଜିଶରରେ ବିରୋଧୀଙ୍କ ଶକ୍ତି କମାଇବା ପାଇଁ ଓ ଆଫଗାନିସ୍ତାନର ଗାଦିଚ୍ୟୁତ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟୁଇଟର ଠାରୁ ଦୂରେଇ ରଖିବା ପାଇଁ ତାଲିବାନ ପଞ୍ଜିଶର ଉପତ୍ୟକାରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି ।
ବର୍ତ୍ତମାନ ସୁଦ୍ଧା ତାଲିବାନ୍ ଦଖଲ କରିପାରି ନଥିବା ଆଫଗାନିସ୍ତାନର ଏହି ଉପତ୍ୟକାରେ ବିିରୋଧୀ ଶକ୍ତି ଏକାଠି ହୋଇଛନ୍ତି। ତାଲିବାନ୍ ବିରୋଧରେ ଲଢ଼େଇ ପାଇଁ ସାଲେହଙ୍କ ସମେତ ବିଦ୍ରୋହୀ କମାଣ୍ଡର ଅହମ୍ମଦ ଶାହ ମାସୁଦ୍ଙ୍କ ପୁଅ ଅହମ୍ମଦ ମାସୁଦ ବଳ ଗୋଟାଇବାରେ ଲାଗିଛନ୍ତି। ଆଫଗାନିସ୍ତାନ ସେନାର ଆତ୍ମସମର୍ପଣ ସହ ଗତ ୧୫ ତାରିଖରେ ତାଲିବାନ୍ କାବୁଲ ଦଖଲ କରିବା ପରେ ରାଷ୍ଟ୍ରପତି ଅଶ୍ରଫ୍ ଗନି ଦେଶ ଛାଡ଼ି ପଳାଇଥିଲେ। ପରେ ସାଲେହ ସମ୍ବିଧାନ ଅନୁସାରେ ନିଜକୁ କାମଚଳା ରାଷ୍ଟ୍ରପତି ଘୋଷଣା କରିଛନ୍ତି। ତଥାପି ତାଲିବାନ ପଞ୍ଜିଶର ଦଖଲକୁ ନେଇ ବିଜୟ ବାନା ଉଡାଇବାକୁ ଚାହୁଁଛି । କିନ୍ତୁ ସେଠାରେ ବିରୋଧୀଙ୍କୁ ପରାଜୟ କରିବାରେ ସକ୍ଷମ ହୋଇନାହିଁ ।
Powered by Froala Editor