କାଜୁ ବଗିଚାରୁ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖୁଣ୍ଟାପିଙ୍ଗୁ ଗ୍ରାମର କାଜୁ ବଗିଚାରୁ ରବିବାର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ପଡୋଶୀ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କେରକେରା ଗ୍ରାମର ପାଣ୍ଡୁ ମହାନ୍ତ(୫୦) ବୋଲି ଜଣାପଡିଛି । ସେ ଗତ ବୁଧବାର ନିଜ ଶ୍ବଶୁର ଘର ଖୁଣ୍ଟାପିଙ୍ଗୁ ଆସିଥିବା ବେଳେ ଆଜି ସକାଳୁ ତାଙ୍କ ମୃତଦେହ ଏକ କାଜୁ ଗଛରେ ଫାଶୀ ଲଗାଇ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପାଣ୍ଡୁଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ନା ତାଙ୍କୁ କେହି ହତ୍ୟା କରି ଗଛରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଇଛି ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟ ପକ୍ଷରେ ପାଣ୍ଡୁଙ୍କର ଗତ କିଛି ଦିନ ହେବ ମାନସିକ ବିକୃତି ଘଟିଥିବା ସୂଚନା ମିଳିଛି ।
Powered by Froala Editor