୧୫୦୦ ବର୍ଷ ପୁରୁଣା କଙ୍କାଳ କହୁଛି ଶାଶ୍ୱତ ପ୍ରେମର କାହାଣୀ
ପ୍ରେମ ଶାଶ୍ୱତ, ଚିରନ୍ତନ । ଯାହାର ପ୍ରମାଣ ଦେଇଛି ୧୫୦୦ ବର୍ଷ ପୁରୁଣା କଙ୍କାଳ । ଚୀନର ଏକ ସ୍ଥାନରେ ରିସର୍ଚ୍ଚରମାନେ ରିସର୍ଚ୍ଚ କରୁଥିବାବେଳେ ଦୁଇଟି କଙ୍କାଳ ପାଇଥିଲେ । ଦୁଇଟି କଙ୍କାଳ ପରସ୍ପର ହାତ ଧରିଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ କଙ୍କାଳ ପୁରୁଷର ଓ ଅନ୍ୟଟି ମହିଳାର ବୋଲି ଜଣାପଡିଛି । ତେଣୁ ଦୁଇଟି କଙ୍କାଳ ପ୍ରେମୀ ଯୁଗଳଙ୍କର ବୋଲି ରିସର୍ଚ୍ଚର କହୁଛନ୍ତି ।
ରିସର୍ଚ୍ଚରୁ ଜଣାପଡିଛି ଶଙ୍ଘାଇର ଉତ୍ତର Wei Dynasty ରୁ ମିଳିଥିବା ଏହି ପ୍ରେମୀଯୁଗଳଙ୍କ କଙ୍କାଳ ୧୫୦୦ ବର୍ଷ ପୁରୁଣା। ଯେତେବେଳେ ପୁରୁଷଙ୍କର ମୃତ୍ୟୁ ହୋଇଥିଲା ତାଙ୍କର ବୟସ ୨୯ ରୁ ୩୫ ବର୍ଷ ଭିତରେ ଥିଲା। ତାଙ୍କର ଉଚ୍ଚତା ୫ ଫୁଟ ୪ ଇଞ୍ଚ ଥିଲା। ମୃତ୍ୟୁ ପୂର୍ବରୁ ତାଙ୍କର ଏକ ହାତ ମଧ୍ୟ ଭାଙ୍ଗି ଯାଇଥିଲା। ସେ ଡାହଣ ହାତର ଆଙ୍ଗୁଳିରେ ମୁଦି ପିନ୍ଧିଥିଲେ। ସେଭଳି ମହିଳାଙ୍କୁ ମୃତ୍ୟୁ ବେଳକୁ ୩୫ ରୁ ୪୦ ବର୍ଷ ହୋଇଥିଲା। ତାଙ୍କର ଉଚ୍ଚତା ୫ ଫୁଟ ୨ ଇଞ୍ଚ ଥିଲା। ଇଣ୍ଟରନ୍ୟାସନାଲ ଜେନେରାଲ ଅଫ୍ ଆଷ୍ଟ୍ରିୟୋ ଆର୍କିଲୋଜିଷ୍ଟଙ୍କ କହିବା ଅନୁସାରେ, ମହିଳା ଜଣକ ନିଜର ଜୀବନସାଥୀଙ୍କ ପାଇଁ ବଳିଦାନ ଦେଇଥିବେ ଓ ପୁରୁଷଙ୍କ ମୃତ୍ୟୁ ପରେ ଦୁହିଁଙ୍କୁ ଏକାଠି ପୋତି ଦିଆଯାଇଥାଇପାରେ।
ରିସର୍ଚ୍ଚରଙ୍କ ମତରେ ଏହି ଦୁଇଟି କଙ୍କାଳ ମୃତ୍ୟୁ ସମୟରେ ପରସ୍ପରର ହାତକୁ ଖୁବ୍ ମଜବୁତ ଭାବରେ ଧରିଥିଲେ। ୧୫୦୦ ବର୍ଷ ପରେ ତାଙ୍କୁ ମାଟିତଳୁ ବାହାର କରାଯାଇଛି। ଆଉ ଏତେ ବର୍ଷ ପରେ ବି ଦୁହେଁ ହାତଧରା ଧରି ହୋଇଥିବା ଅବସ୍ଥାରେ ମିଳିଛନ୍ତି। ପ୍ରଥମ ଥର ଚୀନ୍ରେ ଏଭଳି କିଛି ମିଳିଛି।
Powered by Froala Editor