ଦୁଃସାହାସିକ: ୨୦ହଜାର ଫୁଟ୍ ହଟ୍ ବେଲୁନରେ ଚାଲିଲେ ବ୍ୟକ୍ତି

ଦୁଇଟି ହଟ୍ ଏୟାର ବେଲୁନ ମଝିରେ ଚାଲିବା ନିଶ୍ଚୟ ଦୁଃସାହାସିକ କାମ । ସେପୁଣି ୨୦ ହଜାର ଫୁଟ ଉପରେ । ମାଇକ୍ ହାୱାର୍ଡ ନାମକ ଜଣେ ବ୍ୟକ୍ତି ଏପରି ଏକ କାମ କରି ଦେଖାଇଛନ୍ତି। ୨୦୦୪ର ଏକ ପୁରୁଣା ଭିଡିଓ ଗିନିଜ୍ ୱାର୍ଲ୍ଡ ରେକର୍ଡର ଇନଷ୍ଟାଗ୍ରାମ ପୃଷ୍ଠାରେ ସେୟାର କରାଯାଇଥିଲା। ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ୭୦,୦୦୦ ରୁ ଅଧିକ ଥର ଦେଖାହୋଇଛି। ଗିନିଜ୍ ୱାର୍ଲ୍ଡ ରେକର୍ଡର ଇନଷ୍ଟାଗ୍ରାମ ପୃଷ୍ଠାରେ ସମାନ ଥ୍ରୋବ୍ୟାକ୍ ଭିଡିଓ ସେୟାର କରାଯାଇଥିଲା। ଯେଉଁଠାରେ ବ୍ୟକ୍ତି ଜଣକ ଗୋଟିଏ ହଟ୍ ଏୟାର୍ ବେଲୁନରୁ ଅନ୍ୟ ଏକ ବେଲୁନ୍କୁ ଚାଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ବେଲୁନ୍ଟି ଭୂପୃଷ୍ଠରୁ ପ୍ରାୟ ୨୧,୪୦୦ ଫୁଟରେ ଉଚ୍ଚରେ ଥିଲା।
Powered by Froala Editor