ଋଷଠୁ ଭାରତ କିଣିବ ୭୦,୦୦୦ ଏକେ-୧୦୩

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଭାରତ ଋଷ ଠାରୁ ୭୦,୦୦୦ ଏକେ-୧୦୩ ରାଇଫଲ କିଣିବାକୁ ଯାଉଛି । ଆଗାମୀ କିଛିମାସ ମଧ୍ୟରେ ଭାରତୀୟ ବାୟୁସେନାକୁ ଏହି ରାଇଫଲ ମିଳିବାକୁ ଯାଉଛି । ଏହି ରାଇଫଲ ସେନା ନିକଟରେ ଥିବା ଇନସାସ ରାଇଫଲ ସ୍ଥାନରେ ବ୍ୟବହାର ହେବ । ଅନ୍ୟପଟେ ଋଷ ଦ୍ୱାରା ନିର୍ମାଣ କରାଯାଇଥିବା ଅତ୍ୟାଧୁନିକ ରାଇଫଲ ଏକେ -୨୦୩ ପାଇଁ ବି ଭାରତ ଋଷ ସହିତ ଚୁକ୍ତି କରିବ ବୋଲି ଜଣାପଡିଛି।
ଏବେ ଭାରତୀୟ ସେନାକୁ ପାଖାପାଖି ୧.୫ ଲକ୍ଷ ନୂଆ ରାଇଫଲର ଆବଶ୍ୟକତା ରହିଛି । ଏହାକୁ ନଜରରେ ରଖି ଭାରତ ଋଷଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବାକୁ ଯାଉଛି । ଏନେଇ ଜରୁରୀକାଳୀନ ବ୍ୟବସ୍ଥା ମାଧ୍ୟମରେ ପୂର୍ବ ସପ୍ତାହରେ ୩୦୦ କୋଟି ଟଙ୍କାର ଚୁକ୍ତି ଋଷ ସହିତ କରାଯାଇଛି । ଏହି ରାଇଫଲ ଆସିବା ପରେ ଏହାକୁ ପ୍ରଥମେ ଜମ୍ମୁ-କଶ୍ମୀରର ଶ୍ରୀନଗର ଭଳି ସମ୍ବେଦନଶୀଳ ସ୍ଥାନରେ କାମ କରୁଥିବା ଯବାନମାନଙ୍କୁ ଯୋଗାଇ ଦିଆଯିବ । ଉଲ୍ଲେଖଯୋଗ୍ୟ, ୨୦୧୯ ମସିହାରେ ଋଷ ସହିତ ଉତ୍ତରପ୍ରଦେଶରେ ଥିବା ଅଡିନାନ୍ସ ଫ୍ୟାକ୍ଟ୍ରିର କୋରବା ପ୍ଲାଣ୍ଟ ୭.୫ ଲକ୍ଷ ଏକେ-୨୦୩ ରାଇଫଲ ତିଆରି କରିବାକୁ ଚୁକ୍ତି କରିଥିଲା । ହେଲେ ଏହି ପ୍ଲାଣ୍ଟ ଏପର୍ଯ୍ୟନ୍ତ କାମ ଆରମ୍ଭ କରିନାହିଁ । ଏହି କାରଣରୁ ଭାରତ ଏବେ ୭୦ ହଜାର ଏକେ-୧୦୩ ରାଇଫଲ କିଣିବାକୁ ଋଷ ସହିତ ଚୁକ୍ତି କରିଛି ।
Powered by Froala Editor