ବିସ୍ଫୋରଣ ପଛରେ ପାକିସ୍ତାନର ଷଡଯନ୍ତ୍ର

କାବୁଲ: କାବୁଲ ବିମାନ ବନ୍ଦରରେ ଘଟିଥିବା ବିସ୍ଫୋରଣ ପଛରେ ପାକିସ୍ତାନର ଷଡଯନ୍ତ୍ର ରହିଛି । ଅର୍ଥାତ ପାକିସ୍ତାନର ଆଇଏସଆଇଏସ ଚେହେରା ବୋଲି କୁହାଯାଉଥିବା ଅମିର ମୱାଲୱି ଅବଦୁଲ୍ଲା ଫାରୁକିର ସମ୍ପୃକ୍ତି ଅଛି । ଏହି ବିସ୍ଫୋରଣରେ ୨୭ ଜଣଙ୍କର ମୃତୁ୍ୟ ହୋଇଛି । ତଦନ୍ତ ବେଳେ ଫାରୁକି ଏହି ବିସ୍ଫୋରଣ ପଛରେ ପାକିସ୍ତାନ ହାତ ଥିବା କହିଥିଲା । ଫାରୁକି ପ୍ରଥମେ ଲସ୍କର-ଇ-ତୋଇବା ଆତଙ୍କୀ ସଂଗଠନରେ ସାମିଲ ଥିଲା । ପରେ ତେହେରିକ-ଇ-ତାଲିବାନ ପାକିସ୍ତାନରେ ସାମିଲ ହୋଇଥିଲା । ୨୦୧୯ ଏପି୍ରଲରେ ଜିଆ-ଉଲ-ହକ ଓରଫ ଅବୁ ଉମର ଖୋରାସାନିଙ୍କ ସ୍ଥାନରେ ତାଙ୍କୁ ଆଇଏସକେପି (ଇସଲାମିକ ଷ୍ଟେଟ ଅଫ ଖୋରାସାନ ପ୍ରୋଭିନ୍ସ) ମୁଖ୍ୟ କରାଯାଇଥିଲା । ଗୁରୁଦ୍ୱାର ବିସ୍ଫୋରଣ ପରେ ଫାରୁକି ସମେତ ଅନ୍ୟ ୪ ଜଣଙ୍କୁ ଗିରଫ କରାଯାଇଥିଲା ।
Powered by Froala Editor