ଏୟାରଷ୍ଟ୍ରାଇକ୍ରେ ବ୍ଲାଷ୍ଟ ବଦ୍ଲା ନେଲା ଆମେରିକା
ବୋମା ବିସ୍ଫୋରଣ ଘଟିବାର ୪୮ଘଣ୍ଟା ନ ପୂରୁଣୁ ଆମେରିକା ନେଇଛି କାବୁଲ୍ ବିସ୍ଫୋରଣର ପ୍ରତିଶୋଧ । ଆଫଗାନିସ୍ତାନର ISIS-K ଆଡ୍ଡା ଉପରେ ଆକ୍ରମଣ କରିଛି ଆମେରିକା । ଏହି ଏୟାର ଷ୍ଟ୍ରାଇକରେ ସିରିଜ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ ନିହତ ହୋଇଛି । ତେବେ ଆମେରିକା ତରଫରୁ ଆକ୍ରମଣ କରାଯାଇଥିବା ନେଇ ଆନ୍ତର୍ଜାତିୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । 'ଆଇଏସ୍' ସଙ୍ଗଠନର ଜଣେ 'ଯୋଜନାକାରୀ'ଙ୍କୁ ଟାର୍ଗେଟ୍ କରି ଯୁକ୍ତରାଷ୍ଟ୍ର ଆମେରିକା ସେନା ଡ୍ରୋନ୍ ଆକ୍ରମଣ କରିଥିବା କଥା ମଧ୍ୟ କହିଛି ପେଣ୍ଟାଗନ୍ ।
ସୁଚନା ଅନୁସାରେ, ଚଳିତବର୍ଷ ଅଗଷ୍ଟ ୧୫ ତାରିଖରେ ତାଲିବାନ୍ ଆଫଗାନିସ୍ତାନକୁ ନିଜ ଦଖଲକୁ ନେବା ପରେ ଏବେ ବିଶ୍ୱ ସାରା ଆତଙ୍କ ସୃଷ୍ଟି ହୋଇଛି । ଏହାରି ଭିତରେ କାବୁଲ୍ ବିମାନ ବନ୍ଦର ଆକ୍ରମଣ 'ଇସ୍ଲାମିକ୍ ଷ୍ଟେଟ୍' ଆତଙ୍କବାଦୀମାନେ କରିଥିବା କଥା ସଙ୍ଗଠନ ତରଫରୁ ଦାବି କରାଯାଇଛି। ଏହାପରେ ବୋମା ପକାଇଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ବିରୋଧରେ ଆମେରିକା ବଡ ପଦକ୍ଷେପ ନେଇଛି । ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଥିଲେ ଯେ ଆମେ ଏହାର ଜବାବ ଦେବୁ । ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରିବୁ ।
ଆଫଗାନିସ୍ତାନ-ପାକିସ୍ତାନ ସୀମା ନିକଟ ନଙ୍ଗରହାର ପ୍ରଦେଶରେ ଆମେରିକା ଏହି ବୋମା ବିସ୍ଫୋରଣ କରିଥିଲା । କୁହାଯାଉଛି ଯେ ଏହି ଆକ୍ରମଣରେ କାବୁଲ ବିସ୍ଫୋରଣର ମାଷ୍ଟରମାଇଣ୍ଡ ନିହତ ହୋଇଛନ୍ତି ।
Powered by Froala Editor