ହୃଦୟ ବିଦାରକ, ନିଜ ଆଖିରେ ପ୍ରଳୟର ସାକ୍ଷି ରହିଲି କହିଲେ ଆମେରିକୀୟ ନାଗରିକ

କାବୁଲ: କାବୁଲ ବିମାନ ବନ୍ଦରରେ ଗୁରୁବାର ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣ ପରେ ଯେଉଁ ଫଟୋ ଆସିଛି ତାହା ହୃଦୟ ବିଦାରକ । ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣେ ଆମେରିକୀୟ ନାଗରିକ ସେହି ସମୟରେ କରୁଣ ସ୍ଥିତିକୁ ବର୍ଣ୍ଣନା କରିଛନ୍ତି । ପବନ ପ୍ଲାଷ୍ଟିକ ଥାଳି ଗୁଡ଼ିକୁ ଉଡ଼ାଇ ନେବା ଭଳି ବିସ୍ଫୋରଣ ସମୟରେ ଲୋକମାନଙ୍କର ଶରୀରରୁ ମାଂସ ଖଣ୍ଡ ଏଣେ ତେଣେ ଉଡ଼ି ପଡ଼ିଲା ବୋଲି ସେ କହିଛନ୍ତି । ସେ ସ୍ୱତନ୍ତ୍ର ଆମେରିକୀୟ ଭିସାରେ ଆଫଗାନିସ୍ତାନ ଆସିଥିଲେ ଓ ଇଣ୍ଟରନାସନାଲ ଡେଭଲପମେଣ୍ଟ ସହ ଜଡ଼ିତ ଥିଲେ । ନାମ ଗୋପନ ରଖିବା ସୂତ୍ରରେ ସେ କହିଛନ୍ତି, ମୋ ପାଇଁ ଗୁରୁବାର ଅନ୍ୟଦିନ ଅପେକ୍ଷା ଶୀଘ୍ର ଆରମ୍ଭ ହୋଇଥିଲା । ହଜାର ହଜାର ଲୋକଙ୍କ ଭଳି ମୁଁ ମଧ୍ୟ ଆଶା କରୁଥିଲି ଯେ ବିମାନ ବନ୍ଦରର ଗେଟ ଭିତରକୁ ପଶିଯିବି । ଉଦ୍ଧାର ଅଭିଯାନର ଶେଷ ଦିନ ଗୁଡ଼ିକରେ ହୁଏତ ମୋତେ କୌଣସି ବିମାନରେ ସ୍ଥାନ ମିଳିଯିବ । ବିମାନ ବନ୍ଦରର ଆବେ ଗେଟ ପାଖରେ ଅପେକ୍ଷା କରିବାର ୧୦ ଘଣ୍ଟା ବିତି ସାରିଥିଲା । ସନ୍ଧ୍ୟା ପ୍ରାୟ ୫ ଟା ହେବ । ଅଚାନକ ମୋତେ ପାଦ ତଳୁ ମାଟି ଖସିଯିବା, କାନର ପରଦା ଫାଟିଯିବା ଭଳି ଲାଗିଲା । କିଛି ସମୟ ପାଇଁ ମୁଁ ଶୁଣିପାରିଲି ନାହିଁ । ପରେ ପବନ ପ୍ଲାଷ୍ଟିକ ଥାଳି ଗୁଡ଼ିକୁ ଉଡାଇ ନେବା ଭଳି ଲୋକମାନଙ୍କ ଶରୀରରୁ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଏଣେତେଣେ ପଡ଼ିବାର ଦେଖିଲି । ନିଜ ଆଖିରେ ପ୍ରଳୟର ସାକ୍ଷି ରହିଲି ।
Powered by Froala Editor