ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡ଼ି ବସିଛନ୍ତି ସିଂହଦେଓ

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ସପ୍ତାହକ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଥିବା ବାଘେଲ ଦିଲ୍ଲୀରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି । ବାଘେଲଙ୍କ ସହ ୫୫ ବିଧାୟକ ମଧ୍ୟ ଦିଲ୍ଳୀରେ ଉପସ୍ଥିତ ଥିଲେ । ବାଘେଲ କହିଛନ୍ତି ତାଙ୍କ ସରକାର ସୁରକ୍ଷିତ ଅଛି । ସମସ୍ତ ୭୦ ଜଣ ବିଧାୟକ ତାଙ୍କ ପଛରେ ଅଛନ୍ତି ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଛତିଶଗଡ଼ କଂଗ୍ରେସରେ ଏବେ ଗୋଷ୍ଠୀ କନ୍ଦଳ ଚରମରେ ପହଞ୍ଚିଛି । ୨୦୧୮ ବିଧାନସଭା ନିର୍ବାଚନ ପରେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ମନ୍ତ୍ରୀ ଟିଏସ ସିଂହଦେଓଙ୍କ ମଧ୍ୟରେ ଅଢେ଼ଇ ବର୍ଷ କ୍ଷମତା ଅଦଳବଦଳ ହେବ ବୋଲି ଚୁକ୍ତି ହୋଇଥିଲା । ଗତ ଜୁନରେ ବାଘେଲଙ୍କର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳକୁ ଅଢେ଼ଇ ବର୍ଷ ପୁରିଛି । ତେଣୁ ସିଂହଦେଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡ଼ି ବସିଛନ୍ତି ଏବଂ ବାଘେଲଙ୍କୁ ହଟାଇବାକୁ ଅଭିଯାନ ଆରମ୍ଭ କରିଛନ୍ତି ।
Powered by Froala Editor