ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ମାଲବିନ୍ଦର ସିଂଙ୍କୁ

ଚଣ୍ଡିଗଡ:କଂଗ୍ରେସ ହାଇକମାଣ୍ଡରଙ୍କ ପକ୍ଷରୁ ମାଲବିନ୍ଦର ସିଂଙ୍କୁ ଦଳରୁ ହଟାଇବା ପାଇଁ ପରୋକ୍ଷରେ ନବଜୋତ ସିଂ ସିଦ୍ଧୁଙ୍କୁ କୁହାଯାଇଥିଲା । କାଶ୍ମୀର ଓ ଇନ୍ଦିରା ଗାନ୍ଧିଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ମାଲବିନ୍ଦର ସିଂ ମାଲି ତାଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ସମୟରେ ମାଲବିନ୍ଦର କହିଛନ୍ତି ଯେ, ଯଦି ତାଙ୍କ ଉପରେ କିଛି ଆକ୍ରମଣ ହୁଏ ତେବେ ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ୍ର ସିଂ, ଅକାଳି ଦଳର ନେତା ସୁଖବିନ୍ଦର ସିଂ ବାଦଲ, କଂଗ୍ରେସ ଏମପି ମନିଷ ତିୱାରି, ବିକ୍ରମ ମଜିଠିୟା, ଭାଜପା ନେତା ସୁଭାଷ ଶର୍ମା ଓ ଏଏପି ନେତା ରାଘବ ଚଢା ଆଦି ଦାୟୀ ରହିବେ । ସୂଚନା ଅନୁସାରେ ମାଲବିନ୍ଦର ସୋସିଆଲ ମିଡିଆରେ କାଶ୍ମୀରକୁ ନେଇ ଭାରତ ବିରୋଧୀ ଲେଖିବା ସହ ଇନ୍ଦିରା ଗାନ୍ଧିଙ୍କ ଫଟୋ ସେୟାର କରିଥିଲେ ।
Powered by Froala Editor