ଘନେଇବାରେ ଲାଗିଛି ଛତିଶଗଡ଼ କଂଗ୍ରେସ ସଙ୍କଟ , ଛତିଶଗଡ଼ ବିଧାୟକଙ୍କୁ ପୁଣି ଦିଲ୍ଲୀ ଡାକିଲା କଂଗ୍ରେସ

ନୂଆଦିଲ୍ଲୀ: ଛତିଶଗଡ଼ କଂଗ୍ରେସ ସଙ୍କଟ ଘନେଇବାରେ ଲାଗିଛି । ୨୦୧୮ ବିଧାନସଭା ନିର୍ବାଚନ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂହଦେଓଙ୍କ ମ୍ମରେ ଅଢେ଼ଇ ବର୍ଷ କ୍ଷମତା ବାଣ୍ଟିବାପାଇଁ ଏକ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଆଧାରରେ ବାଘେଲଙ୍କର ମୁଖ୍ୟମନ୍ତ୍ରୀ ଭାବେ ଅଢେ଼ଇ ବର୍ଷ କାର୍ଯ୍ୟକାଳ ଗତ ଜୁନରୁ ଶେଷ ହୋଇଛି । ଏବେ ସିଂହଦେଓ ମୁଖ୍ୟମନ୍ତ୍ରୀ ପଦରେ ରହିବା କଥା । ନେତୃତ୍ୱ ବଦଳାଇବାପାଇଁ ସିଂହଦେଓ ଏବଂ ତାଙ୍କ ସମର୍ଥକମାନେ ଜୋରଦାର ଦାବି କରିଥିବାରୁ ଦଳରେ ଗୋଷ୍ଠୀ ବିବାଦ ଚରମରେ ପହଞ୍ଚିଛି । ଦଳର ୨ ବରିଷ୍ଠ ନେତାଙ୍କ ମ୍ମରେ ବିବାଦ ବଢ଼ୁଥିବାରୁ ଏହି ସଙ୍କଟର ସମାଧାନ ପାଇଁ ରାହୁଲ ଗାନ୍ଧି ନିକଟରେ ଏକ ବୈଠକ କରିଥିଲେ । ଏଥିରୁ କିଛି ବି ନିଷ୍କର୍ସ ବାହାରି ପାରିନାହିଁ । କଂଗ୍ରେସ ଆଜି ପୁଣି ଛତିଶଗଡ଼ର ବିଧାୟକମାନଙ୍କୁ ଦିଲ୍ଲୀ ଡାକିଛି । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବେ । ସିଂହଦେଓ ନିଜ ଜିଦରେ ଅଟଳ ରହିଛନ୍ତି ଏବଂ ତୁରନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ଦଳୀୟ ନେତୃତ୍ୱକୁ କଡ଼ା ବାର୍ତ୍ତା ପଠାଇଛନ୍ତି । ମୁଖ୍ୟମନ୍ତ୍ରୀ କରାନଗଲେ ସେ ସରକାର ଏବଂ କଂଗ୍ରେସ ଦଳ ଛାଡ଼ିଦେବେ ବୋଲି କହିଛନ୍ତି ।
Powered by Froala Editor