ପୁତ୍ର ସନ୍ତାନ ଜନ୍ମ ଦେଲେ ଟିଏମସି ସାଂସଦ ନୁସରତ ଜହାନ
ନୂଆଦିଲ୍ଲୀ:ଜଣାଶୁଣା ବଙ୍ଗଳା ଫିଲ୍ମ ଅଭିନେତ୍ରି ତଥା ତୃଣମୂଳ ସାଂସଦ ନୁସରତ ଜହାଁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ନୁସରତ କୋଲକାତାର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ମା ହେବାର କିଛି ଘଣ୍ଟା ପୂର୍ବରୁ ନୁସରତ ନିଜର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଫଟୋ ତଳେ କ୍ୟାପସନ ଦେଇ ସେ ଲେଖିଥିଲେ ‘ଡର ଉପରେ ବିଶ୍ୱାସ’ । ସ୍ୱାମୀ ନିଖିଲ ଜୈନଙ୍କ ସହ ତିକ୍ତ ସମ୍ପର୍କକୁ ନେଇ ନୁସରତ ଏଭଳି ମତ ରଖିଥିବା କୁହାଯାଉଛି । ନିଖିଲ ତାହାର ଜବାବରେ କହିଥିଲେ, ‘ଅନେକ ମାସ ହେଲା ତାଙ୍କ ସହ କୌଣସି ସମ୍ପର୍କ ନାହିଁ । ଜଣାନାହିଁ ସେ କାହା ପିଲାର ମା’ହେବାକୁ ଯାଉଛନ୍ତି ।’ ସୂଚନା ଯୋଗ୍ୟ, ୨୦୧୯, ଜୁନ ୧୯ ତାରିଖ ରେ ତୁର୍କିରେ ବିବାହ କରିଥିଲେ ନୁସରତ ଏବଂ ନିଖିଳ । କୋଲକାତା ଆଇଟିସି ରୟାଲ ହୋଟେଲରେ ବିବାହ ଭୋଜି ଦେଇଥିଲେ । ହେଲେ ଗତ ଜୁନ ମାସରେ ନୁସରତ କହିଥିଲେ ସେମାନଙ୍କ ବିବାହକୁ ଭାରତରେ ସ୍ୱୀକୃତି ମିଳିବ ନାହିଁ । ଏହା ପରେ ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା ।
Powered by Froala Editor