କ୍ୟାପଟେନଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ: କଂଗ୍ରେସ

ନୂଆଦିଲ୍ଲୀ: ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ୍ର ସିଂହଙ୍କ ନେତୃତ୍ୱରେ ହିଁ କଂଗ୍ରେସ ଆଗାମୀ ୨୦୨୨ ପଂଜାବ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ସ୍ପଷ୍ଟ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ କହିଛନ୍ତି, କ୍ୟାପଟେନଙ୍କ ନେତୃତ୍ୱରେ ହିଁ ଆମେ ନିର୍ବାଚନ ଲଢ଼ିବୁ । ଅମରିନ୍ଦ୍ର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଗୋଷ୍ଠୀର ନେତାମାନେ ଦାବି କରିଥିବା ବେଳେ ରାୱତ ଏ ବାବଦରେ କହିଛନ୍ତି, ଆବଶ୍ୟକ ହେଲେ ବିବାଦ ସୃଷ୍ଟି କରୁଥିବା ସିଦ୍ଧୁଙ୍କ ୨ ଉପଦେଷ୍ଟାଙ୍କୁ ହଟାଇ ଦିଆଯିବ ଏବଂ କୌଣସି ସାଲିସ ହେବନାହିଁ । ଅମରିନ୍ଦ୍ରଙ୍କ ଇସ୍ତଫା ଦାବି କରୁଥିବା ନେତାଙ୍କ ମଧ୍ୟରେ ୪ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି । ୪ ମନ୍ତ୍ରୀଙ୍କ ସମେତ ୨୩ ବିଧାୟକ ଗତକାଲି ଏକ ବୈଠକ କରିଥିଲେ । ସେମାନଙ୍କ ଦାବି କ୍ୟାପଟେନ ମୁଖ୍ୟମନ୍ତ୍ରୀ ପଦରୁ ହଟିବେ । ମଧ୍ୟ ୪ ମନ୍ତ୍ରୀ ଏହି ପ୍ରସଙ୍ଗରେ ବୈଠକ କରି ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେଲେ ହିଁ ଦଳକୁ ସଫଳତା ମିଳିବ ବୋଲି କହିଛନ୍ତି । ତେବେ ଦଳ ଅମରିନ୍ଦ୍ରଙ୍କୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଥିବାରୁ ସିଦ୍ଧୁ ଗୋଷ୍ଠୀ ଖୁବଶୀଘ୍ର ଏ ନେଇ ଏକ ବଡ଼ ବୈଠକ ଡକାଇବେ ବୋଲି ଜଣାପଡ଼ିଛି । ଏଭଳି ସ୍ଥିତିରେ ଆଗକୁ ରାଜ୍ୟ କଂଗ୍ରେସର ସଙ୍କଟ ପୁଣି ଜଟିଳ ହେବ ବୋଲି ଅନୁମାନ କରାଯାଉଛି ।
Powered by Froala Editor