ବିପଦ ସଙ୍କେତ ଦେଲେ ପରିବେଶବିତ୍ : ପ୍ରଥମଥର ଗ୍ରୀନଲାଣ୍ଡରେ ବର୍ଷା
ପ୍ରଥମ ଥର ପାଇଁ ବରଫାବୃତ ଗ୍ରୀନଲାଣ୍ଡରେ ବର୍ଷା ହୋଇଛି । ଗତ ଅଗଷ୍ଟ ୧୪ ତାରିଖରେ ସମୁଦ୍ର ପତ୍ତନଠାରୁ ୩ ହଜାର ମିଟର ଉପରେ ଥିବା ବରଫ ଦେଶରେ ଘଣ୍ଟା ଘଣ୍ଟା ଧରି ବର୍ଷା ହୋଇଥିଲା। ଏହି ସୂଚନା ଦେଇଛି ଆମେରିକାର ସ୍ନୋ ଆଣ୍ଡ ଆଇସ୍ ଡାଟା ସେଣ୍ଟର । ଏହାକୁ ନେଇ ପରିବେଶବିତ ମାନେ ଚିନ୍ତିତ ହୋଇଛନ୍ତି । ସାରା ବିଶ୍ୱ ପାଇଁ ଏହା ବିପଦ ସୃଷ୍ଟି କରିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
କୌଣସି ସ୍ଥାନରେ ବର୍ଷା ହେବା ପାଇଁ ତାପମାତ୍ରା ଶୂନ ଡିଗ୍ରୀ ସେଲ୍ସିୟସରୁ ସାମାନ୍ୟ ଉପରେ ରହିବା ଦରକାର। ଶୂନ ଡିଗ୍ରୀ ସେଲ୍ସିୟରକୁ ଟିକେ କମ୍ ତାପମାତ୍ରା ହେଲେ ମଧ୍ୟ ବର୍ଷା ହୋଇପାରେ। ମାତ୍ର ଗ୍ରୀନଲାଣ୍ଡରେ ବର୍ଷା ହୋଇଛି । ଯାହାକି ବିପଦ ସଙ୍କେତ । ବର୍ଷା ଏବଂ ଉଚ୍ଚ ତାପମାତ୍ରା ଯୋଗୁଁ ଦ୍ୱୀପପୁଞ୍ଜରେ ପ୍ରବଳ ବରଫ ତରଳିଛି । ଏହି ରେକର୍ଡ ଭଙ୍ଗା ବର୍ଷା ଗ୍ରୀନଲାଣ୍ଡରେ ବରଫ ଚାଦରକୁ ପ୍ରଭାବିତ କରିଛି, ଯାହା ଜଳବାୟୁ ପରିବର୍ତ୍ତନକୁ ନେଇ ନୂଆ ଚେତାବନୀ ସୃଷ୍ଟି କରିଛି।
ଜାତୀୟ ସ୍ନୋ ଆଣ୍ଡ ଆଇସ୍ ଡାଟା ସେଣ୍ଟର ଅନୁଯାୟୀ, ଅଗଷ୍ଟ ୧୪ ରୁ ୧୬ ପର୍ଯ୍ୟନ୍ତ ତିନି ଦିନ ମଧ୍ୟରେ ଗ୍ରୀନ୍ଲାଣ୍ଡରେ ୭ ଟନ୍ ବର୍ଷା ହୋଇଥିଲା। ୧୯୫୦ ମସିହାରେ ତଥ୍ୟ ସଂଗ୍ରହ ହେବା ପରଠାରୁ ଏହା ହେଉଛି ସର୍ବାଧିକ ବର୍ଷା। ଗ୍ରୀନଲାଣ୍ଡରେ ବର୍ଷା ହେବାର କାରଣ ତାପମାତ୍ରା ବୃଦ୍ଧି ପାଉଛି । ଏପରି କେବେ ହୋଇନଥିଲା ବୋଲି ପରିବେଶବିଜ୍ଞାନୀ ମାନେ ମତ ପ୍ରକାଶ କରିଛନ୍ତି ।
Powered by Froala Editor