ଭାରତୀଙ୍କ ଆମ୍ବ ରସମଲେଇ ଭାଇରାଲ
ଭାରତୀ ସିଂ କମେଡି ଜଗତର ନାୟିକା। ଦୂରଦର୍ଶନ ଜଗତରେ ନିଜ କଳାର କରିଶ୍ମା ଦେଖାଇବା ପରେ ଦର୍ଶକଙ୍କୁ ଆହୁରି ମନୋରଞ୍ଜନ ଯୋଗାଇ ଦବା ପାଇଁ ସେ ଆରମ୍ଭ କରିଥିଲେ ନିଜର ୟୁଟ୍ୟୁବ୍ ବ୍ଲଗ୍ ଲାଇଫ୍ ଅଫ ଲିମ୍ବାଚିଆସ୍ । ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ୍ ଟି ୭ ଡିସେମ୍ବର ୨୦୨୧ ମସିହାରେ ଆରମ୍ଭ ହୋଇଥିଲା। ଆଜିର ଦିନରେ ଭାରତୀଙ୍କ ଚ୍ୟାନେଲ୍ରେ ୯.୧ ଲକ୍ଷ ସବ୍ସ୍କ୍ରାଇବର ଅଛନ୍ତି। ତାଙ୍କର ଏହି ବ୍ଲଗ୍ରେ ସେ ଡେଲି ଫ୍ୟାମିଲି ବ୍ଲଗ୍ ଦେଖାନ୍ତି।
ନିକଟରେ ଭାରତୀ ନିଜ ଚ୍ୟାନେଲରେ ଆମ୍ବ ଲଡ୍ଡୁ ର ରସମଲେଇ ରେସିପି ସେୟାର କରିଥିଲେ। ଭାଇରାଲ ହୋଇଥିବା ବ୍ଲଗରେ ସେ ଆମ୍ବ ଲଡ୍ଡୁର ରସମଲେଇ ପ୍ରସ୍ତୁତ କରି ତାର ସ୍ବାଦ ଚାଖୁଥିବାର ଭିଡିଓରେ ଦେଖିବାକୁ ମିଳୁଛି। ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। ରେସିପିଟିକୁ ଭାରତୀଙ୍କ ହାଉସ୍ ହେଲ୍ପ ରୂପା ଦିଦ ବନାଇ ଥିଲେ। ଏହି ରେସିପିରେ ଆମ୍ବ ,ମିଶ୍ରି, ଡ୍ରାଏ ଫ୍ରୁଟସ୍ ଏବଂ କ୍ଷୀରର ବ୍ୟବହାର ହୋଇଛି ଯାହା ଏହାକୁ ସ୍ବାଦିଷ୍ଟ କରିଛି।
Powered by Froala Editor