କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ
ଦେଶର ପ୍ରତିଷ୍ଠିତ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀ ସୋମବାର ଉତ୍ତରାଖଣ୍ଡର ପବିତ୍ର ବଦ୍ରୀନାଥ ଓ କେଦାରନାଥ ମନ୍ଦିର ଦର୍ଶନ କରିଛନ୍ତି। ସେଠାରେ ପୂଜାର୍ଚ୍ଚନା କରିବା ସହ ଉଭୟ ମନ୍ଦିରକୁ ୫ କୋଟି ଟଙ୍କା ଲେଖାଏଁ ଦାନ କରିଛନ୍ତି।
ମୁକେଶ ଅମ୍ବାନୀଙ୍କ ହେଲିକପ୍ଟର ସକାଳ ପ୍ରାୟ ୧୦ ଟାରେ ବଦ୍ରିନାଥ ହେଲିପ୍ୟାଡରେ ଅବତରଣ କରିଥିଲା। ସେଠାରୁ ପ୍ରାୟ ୨୦ ମିନିଟ୍ ପରେ, ସେ ଭଗବାନ ବଦ୍ରିବିଶାଲଙ୍କ ଦରବାରରେ ପହଞ୍ଚିଥିଲେ, ଯେଉଁଠାରେ ସେ ରୀତିନୀତି ଅନୁଯାୟୀ ପ୍ରାର୍ଥନା କରିଥିଲେ। ଦର୍ଶନ ପରେ, ସେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଅଧିକାରୀ ମାନଙ୍କୁ ମଧ୍ୟ ଭେଟିଥିଲେ।
ବଦ୍ରିନାଥରେ ଦର୍ଶନ କରିବା ପରେ ଅମ୍ବାନୀ ହେଲିକପ୍ଟରରେ କେଦାରନାଥ ଧାମ ଅଭିମୁଖେ ଯାତ୍ରା କରିଥିଲେ। ହେଲିପ୍ୟାଡରୁ ମୁକେଶ ଅମ୍ବାନୀ ବାବା କେଦାରନାଥ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ସେ ଗର୍ଭଗୃହରେ ବାବା କେଦାରନାଥଙ୍କୁ ଜଲାଭିଷେକ କରିଥିଲେ।
Powered by Froala Editor