ବୁଡିଲା ‘ ଏମଏସ୍ଭି ବିରାଟ ୧’ ଭାରତୀୟ ଡଙ୍ଗା, ଉଦ୍ଧାର ହେଲେ ୧୪ ଭାରତୀୟ
ନୂଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଓମାନ ଉପକୂଳରେ ବୁଡିଲା ‘ ଏମଏସ୍ଭି ବିରାଟ ୧’ ନାମକ ଏକ ଭାରତୀୟ ଡଙ୍ଗା। ଏଥିରେ ୧୪ ଜଣ ଭାରତୀୟ କ୍ରୁ-ସଦସ୍ୟ ଥିଲେ, ଯାହାଙ୍କୁ ବର୍ତ୍ତମାନ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଡଙ୍ଗା ବୁଡିବା ପରେ ଆମେରିକା ନୌସେନା, ଭାରତୀୟ ନୌସେନା ଏବଂ ଏକ ବାଣିଜ୍ୟକ ଜାହାଜ ମିଳିତ ସହଯୋଗରେ ଉଦ୍ଧାର କରିଥିଲେ। ଖବର ପାଇ ଭାରତୀୟ ନୌସେନା ପକ୍ଷରୁ ଏକ ବାଣିଜ୍ୟ ଜାହାଜ ସାହାଯ୍ୟରେ ବଡ ସ୍ତରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।ସୂଚନା ମୁତାବକ,ଡଙ୍ଗାରେ ଓମାନର ରସ ଅଲ ସମୁଦ୍ର ଠାରୁ ପ୍ରାୟ ୮୦ ମାଇଲ ପୂର୍ବରେ ଫସିଥିଲେ। ଯାହାପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା ।
Powered by Froala Editor