‘କକଟେଲ୍ ୨’କୁ ମିଳିଲା A ସାର୍ଟିଫିକେଟ୍
ହୋମି ଆଦାଜାନିଆଙ୍କ ନିର୍ଦ୍ଦେଶିତ ଶାହିଦ କପୁର, ରଶ୍ମିକା ମନ୍ଦାନ୍ନା ଏବଂ କ୍ରିତି ସାନନ ଅଭିନୀତ "କକଟେଲ୍ ୨" ଜୁନ୍ ୧୯ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ମଧ୍ୟରେ ନିକଟରେ ଫିଲ୍ମ ସହ ଯୋଡ଼ି ହୋଇଥିବା ଏକ ଅପଡେଟ୍ ସାମ୍ନାକୁ ଆସିଛି । ଯେଉଁଥିରେ ଫିଲ୍ମର ଟିମ୍ ବହୁତ ଖୁସି ଅଛି ।
ନିକଟରେ ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ଫିଲ୍ମ ସାର୍ଟିଫିକେଶନ (CBFC) ଫିଲ୍ମ ଉପରେ ମୋହର ଲଗାଇଛି ଏବଂ A ସାର୍ଟିଫିକେଟ ଦେଇଛି । ଯାହାର ଅର୍ଥ ‘ଏଡଲ୍ଟସ ଓନଲୀ’ ଅଟେ । ସେହିଭଳି ରିପୋର୍ଟ୍ସ ଅନୁସାରେ ଫିଲ୍ମର ରନ୍ ଟାଇମ୍ ୧୫୦ମିନିଟ୍ ଅଟେ ।
CBFC ଠାରୁ ଫିଲ୍ମକୁ A ସାର୍ଟିଫିକେଟ ମିଳିବା ବହୁତ ବଡ଼ କଥା କୁହାଯାଉଛି । କାରଣ କୃତି ସେନନଙ୍କ କ୍ୟାରିୟରର ଏହା ପ୍ରଥମ ଫିଲ୍ମ ଅଟେ ଯାହାକୁ ଏହି ସାର୍ଟିଫିକେଟ ମିଳିଛି । ସେହିଭଳି ରଶ୍ମିକାଙ୍କୂ ଏହା ପୂର୍ବରୁ ‘ଏନିମଲ’ରେ ଏଡଲ୍ଟ ସାର୍ଟିଫିକେଟ ମିଳିଥିଲା । ଚଳଚ୍ଚିତ୍ରର ଶୀର୍ଷକ, ଗୀତ, ନୂତନ ମୁହଁ ଏବଂ ଯୁବପିଢ଼ିଙ୍କ ଉତ୍ସାହ ଉତ୍ସାହ ସୃଷ୍ଟି କରିଛି। ଚଳଚ୍ଚିତ୍ରଟି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ଠାରୁ ସବୁଜ ସଙ୍କେତ ପାଇଛି।"
Powered by Froala Editor