ବଢ଼ିଲା ସଫେଇ କର୍ମଚାରୀଙ୍କ ଦରମା

ଭୁବନେଶ୍ୱର : ସଫେଇ ଓ ପରିମଳ ସେବା ଦେଉଥିବା ସଫେଇ କର୍ମୀଙ୍କ ଦରମା ବଢ଼ିଛି । ଗରିମା ଯୋଜନାରେ ମଜୁରି ଓ ଭତ୍ତା ବଢ଼ାଯାଇଛି । କଠିନ କାମକୁ ବିଚାର କରି ସେମାନଙ୍କୁ କୁଶଳୀ ଓ ଅତି କୁଶଳୀ ବର୍ଗରେ ରଖାଯାଇଛି । ଅତି କୁଶଳୀ ଶ୍ରେଣୀରେ ଆସୁଥିବା ସଫେଇ କର୍ମୀଙ୍କ ସର୍ବନିମ୍ନ ମଜୁରୀ ୩୩% ବଢ଼ିଛି । ସେହିଭଳି କୁଶଳୀ ଶ୍ରେଣୀର ସଫେଇ କର୍ମୀଙ୍କ ମଜୁରି ୫୦% ବଢ଼ିଛି । ଗରିମାରେ ସଫେଇ କର୍ମୀଙ୍କୁ ସୁରକ୍ଷା ଓ ସମ୍ମାନ ଦେବା ସହ ସେମାନଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏ ନେଇ ଘୋଷଣା କରାଯାଇଛି । ପାଇଖାନା ଟାଙ୍କିରୁ ମେସିନ ଯୋଗେ ମଳ ସଂଗ୍ରହ କରୁଥିବା, ସ୍ୱେରେଜ ନେଟୱାର୍କର ରକ୍ଷଣାବେକ୍ଷଣ କରୁଥିବା ସଫେଇ କର୍ମୀଙ୍କୁ ଅତି କୁଶଳୀ ଶ୍ରେଣୀରେ ରଖାଯାଇଛି । ଏହି ଶ୍ରେଣୀରେ କାର୍ଯ୍ୟରତ ସଫେଇ କର୍ମୀଙ୍କ ସର୍ବନିମ୍ନ ମଜୁରି ୫୦% ବୃଦ୍ଧି କରି ୪୬୧ ଟଙ୍କା ରଖାଯାଇଛି । ସେହିଭଳି ଖୋଲା ନାଳ ସଫା, ସର୍ବସାଧାରଣ ଓ ଗୋଷ୍ଠୀ ଶୌଚାଳୟ ସଫା ଓ ରକ୍ଷଣାବେକ୍ଷଣା ଓ ମଳ, ପଙ୍କ ବିଶୋଧନ ପ୍ଲାଣ୍ଟର ରକ୍ଷଣାବେକ୍ଷଣ କରୁଥିବା ସଫେଇ କର୍ମୀଙ୍କୁ କୁଶଳୀ ବର୍ଗରେ ରଖାଯାଇଛି । ଏହି ଶ୍ରେଣୀର ସର୍ବନିମ୍ନ ଦରମା ୩୩% ବଢ଼ି ୪୦୧ ଟଙ୍କା ହୋଇଛି । ପରିମଳ କର୍ମଚାରୀଙ୍କ ବିପଜ୍ଜନକ ଓ କଠିନ କାର୍ଯ୍ୟକୁ ସ୍ୱୀକୃତି ଦେବା ସହ ଏଣିକି ତାଙ୍କୁ ବିପଦ ପୂର୍ଣ୍ଣ ଓ କଠିନ କାର୍ଯ୍ୟ ଭତ୍ତା ମିଳିବ । ଦୈନିକ ମଜୁରୀରେ ୧୫% (ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ମିଶାଇ) ଦରମା ଦେବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ସଫେଇ ଓ ପରିମଳ କର୍ମୀମାନେ କୁଶଳୀ ଓ ଅତି କୁଶଳୀ ଆଖ୍ୟା ଅର୍ଜନ କରିବେ ।
Powered by Froala Editor