ପୋଖରୀରେ ବୁଡ଼ିଗଲେ ଭାଇ-ଭଉଣୀ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରରୁଅାଁ ଥାନା ଅଞ୍ଚଳରେ ପୋଖରୀରେ ବୁଡ଼ି ୨ ଜଣ ଭାଇ ଭଉଣୀ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ ରରୁଅାଁ ଥାନା ତଥା ଶୁକ୍ରୁଳି ବ୍ଲକ ଅନ୍ତର୍ଗତ ଅର୍ଜୁନବିଲା ପଞ୍ଚାୟତର ଉଳେଇକୁଣ୍ଡି ଗ୍ରାମ ଅନାମ ମୁଣ୍ଡାଙ୍କ ସହିତ ତାଙ୍କ ଦୁଇ ସ୍ତ୍ରୀ ଗୁରୁବାରୀ ଓ ଲକ୍ଷ୍ମୀ ବିଲକୁ କାମ କରିବାକୁ ଯାଇଥିଲେ । ଅନାମଙ୍କ ବୃଦ୍ଧା ମା ଓ ଗୁରୁବାରୀଙ୍କ ଔରସରୁ ଶିଶୁପୁତ୍ର ରାଜ ମୁଣ୍ଡା (୩) ଏବଂ ଲକ୍ଷ୍ମୀଙ୍କ ଔରସରୁ ଶିଶୁକନ୍ୟା ସୋମବାରୀ (୨) ଘରେ ଥିଲେ । ବୃଦ୍ଧା ମା’ଙ୍କ ଅଜାଣତରେ ପିଲାମାନେ ଖେଳୁଥିବା ସମୟରେ ନିକଟରେ ଥିବା ପୋଖରୀରେ ଉଭୟ ଭାଇ ଭଉଣୀ ପଡ଼ିଯାଇଥିଲେ । ପାଖାପାଖି ସନ୍ଧ୍ୟା ସମୟରେ ଅନାମ ଓ ତାଙ୍କ ଦୁଇ ସ୍ତ୍ରୀ ବିଲରୁ ଘରକୁ ଫେରିବା ପରେ ପିଲାଙ୍କୁ ନ ପାଇ ଏଣେ ତେଣେ ଖୋଜିଥିଲେ । କିଛି ସମୟ ପରେ ପୋଖରୀରେ ଉଭୟ ଶିଶୁକୁ ଭାସୁଥିବା ଅବସ୍ଥାରେ ଦେଖିବାକୁ ପାଇ ତାଙ୍କୁ ଉଦ୍ଧାର କରି ଶୁକ୍ରୁଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡା.ଶାନ୍ତନୁ କୁମାର ଟୁଡୁ ଉଭୟ ଭାଇ ଓ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor