ରାଜ୍ୟରେ ୯୮୬ ନୂଆ ସଂକ୍ରମିତ ଚିହ୍ନଟ, ୧୮ ବର୍ଷରୁ କମ୍ ୧୨୮

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୯୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ଯାଏଁ ୧୨୮ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୫୭୪ ଓ ସ୍ଥାନୀୟ ସଂକ୍ରମଣ ୪୧୨। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୯୯,୧୭୩କୁ ବୃଦ୍ଧି ପାଇଛି। ୯,୮୨,୩୧୯ ସୁସ୍ଥ ହୋଇଛନ୍ତି। ଏହାସହ୨୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୭୩। ଅନୁଗୁଳରୁ ୨୪,ବାଲେଶ୍ୱର ୨୫,ବରଗଡ ୧, ଭଦ୍ରକ ୧୪, ବଲାଙ୍ଗୀର ୧୭, କଟକ ୧୩୯, ଦେଓଗଡ ୯, ଢେଙ୍କାନାଳ ୧୫, ଗଜପତି ୧, ଗଞ୍ଜାମ ୮, ଜଗତସିଂହପୁର ୪୫, ଯାଜପୁର ୪୯, କଳାହାଣ୍ଡି ୬, କନ୍ଧମାଳ ୧୨,କେନ୍ଦ୍ରାପଡା ୨୩, କେନ୍ଦୁଝର ୧୩, କୋରାପୁଟ ୩, ମାଲାକାନଗିରି ୧, ମୟୁରଭଞ୍ଜ ୩୨, ନବରଙ୍ଗପୁର ୬, ନୟାଗଡ ୨୦, ପୁରୀ ୩୨, ରାୟଗଡା ୪, ସମ୍ବଲପୁର ୧୫, ସୋନପୁର ୧, ସୁନ୍ଦରଗଡ ୧୩, ଷ୍ଟେଟ ପୁଲରୁ ୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Powered by Froala Editor