୨୦ରେ ସ୍ମାର୍ଟକାର୍ଡ ବାଂଟିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ । ମାଲକାନଗିରିରେ ଏକ ସମାବେଶରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ଲୋକଙ୍କୁ ବାଣ୍ଟିବେ । ଅଗଷ୍ଟ ୧୫ରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ହେଲଥ କାର୍ଡ ଆରମ୍ଭ କରିଛି । ୨୦୧୮ ଅଗଷ୍ଟ ୧୫ ରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ହିତଧିକାରୀଙ୍କ ପରିବାରକୁ ସରଳୀକରଣ ପ୍ରକି୍ରୟାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯିବ । ଓଡ଼ିଶା ସମେତ ସାରା ଦେଶର ୨୦୦ ରୁ ଅଧିକ ବଡ଼ ବଡ଼ ହସ୍ପିଟାଲ ଚେନରେ ଚିକିତ୍ସା ସୁବିଧା ମିଳିବ । ମାଲକାନଗିରିରୁ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ଅନ୍ୟ ଜିଲ୍ଲା ଗସ୍ତରେ ଯାଇ କାର୍ଡ ବଣ୍ଟନ କରିବେ ବୋଲି ସୂଚନା ମିଳିଛି । କରୋନା ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏ ଗସ୍ତକୁ ରାଜନୈତିକ ମହଲରେ ବେଶ ଗୁରୁତ୍ୱ ଦେଉଛି ।
Powered by Froala Editor