ସ୍ମାର୍ଟ କ୍ଲାସ୍ର ଚିତ୍ର ଦେଖିଲେ ନବୀନ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍ର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ଦ୍ୱିତୀୟ ଦିନରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ସ୍କୁଲରୁ ସ୍କୁଲକୁ ବୁଲିଛନ୍ତି। ସ୍ମାର୍ଟ ସ୍କୁଲର ସ୍ଥିତି କେମିତି ରହିଛି ଦେଖିଛନ୍ତି। ତେବେ ୫-ଟି ସଚିବ ନିଜେ ସ୍ଥିତି ଦେଖିବା ସହ ସ୍ମାର୍ଟ କ୍ଲାସ୍ ନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଭିଡିଓ କଲ୍ ମାଧ୍ୟମରେ ସ୍ମାର୍ଟ ସ୍କୁଲ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ। ୫-ଟି ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ବଗାଁ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିବା ପରେ ମୋବାଇଲରୁ ଭିଡିଓ କଲ୍ ଯୋଗେ ସ୍ମାର୍ଟ କ୍ଲାସ୍ର ଚିତ୍ର ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ ଦେଖିବା ସହ ପିଲାମାନଙ୍କ ସହ ସିଧାସଳଖ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ପିଲାମାନଙ୍କୁ ସ୍କୁଲ ଅନୁଭୂତି ବିଷୟରେ ପଚାରିଥିଲେ। ସ୍ମାର୍ଟ କ୍ଲାସ ବିଷୟରେ ମଧ୍ୟ ପଚାରିଛନ୍ତି। ଗ୍ରାମବାସୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Powered by Froala Editor