ଫାଇଜର ଟିକାର ୫ କୋଟି ଡୋଜ କିଣିବାକୁ ଯୋଜନା
ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଟିକାକରଣ କାର୍ଯ୍ୟକ୍ରମ ଆଗକୁ ଆହୁରି ତ୍ୱରାନ୍ୱିତ ହେବ । ସରକାର ଆମେରିକୀୟ କମ୍ପାନି ଫାଇଜରଠାରୁ କୋଭିଡ ଟିକାର ୫ କୋଟି ମାତ୍ରା କିଣିବା ପାଇଁ ଆଲୋଚନା ଜାରି ରଖିଛନ୍ତି । ଏଥିପାଇଁ ଫାଇଜର ଏବଂ ଏହାର ଜର୍ମାନୀ ଅଂଶୀଦାର ବାୟୋଏନଟେକ ସହିତ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି । ତେବେ ସରକାର କିମ୍ବା ଫାଇଜର ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇନାହିଁ । ଆମେରିକା ସମେତ ୧୧୬ଟି ରାଷ୍ଟ୍ର ଫାଇଜର ଟିକାକୁ ମଂଜୁରି ଦେଇଥିବା ବେଳେ ଏହି ଟିକାର ସାଂଘାତିକ ପାର୍ଶ୍ୱପ୍ରତିକ୍ରିୟା ନେଇ ଏ ପର୍ଯ୍ୟନ୍ତ କୌଣସି ରିପୋର୍ଟ ନାହିଁ ।
Powered by Froala Editor