୧୨ ବର୍ଷରୁ ଊର୍ଦ୍ଧ୍ୱ ଝିଅଙ୍କୁ ଧରିନେଇ ଜବରଦସ୍ତ ବିବାହ କରୁଛନ୍ତି ତାଲିବାନ ଆତଙ୍କବାଦୀ

କାବୁଲ: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଏବେ ଘରକୁ ଘର ବୁଲି ୧୨ ବର୍ଷରୁ ଊର୍ଦ୍ଧ୍ୱ ଝିଅମାନଙ୍କୁ ଧରିନେଇ ଜବରଦସ୍ତ ବିବାହ କରୁଛନ୍ତି ଏବଂ ସେମାନଙ୍କୁ ଯୌନଦାସୀ କରି ରଖୁଛନ୍ତି । ଏକ ରିପୋର୍ଟ ଅନୁସାରେ, ତାଲିବାନ କମାଣ୍ଡରମାନେ କେତେକ ପ୍ରାବଦେଶିକ ରାଜଧାନୀ ଦଖଲ କରିବା ପରେ ସ୍ଥାନୀୟ ଇମାମମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ୧୨ରୁ ୪୫ ବର୍ଷ ବୟସ୍କ ଅବିବାହିତାମାନଙ୍କ ତାଲିକା ଦେବା ପାଇଁ । ତାଙ୍କ ସୈନିକମାନେ ଏମାନଙ୍କୁ ବିବାହ କରିବେ କାରଣ ସେମାନେ ଏମାନଙ୍କୁ ଖାନିମତ ବା ଯୁଦ୍ଧରେ ଜିତାଯାଇଥିବା ମନେ କରନ୍ତି । ତାଲିବାନ ଏହି ଝିଅମାନଙ୍କୁ ନିଜ ନିଜ ଭିତରେ ବାଣ୍ଟିବେ ଏବଂ ସେମାନଙ୍କୁ ପୁରସ୍କାର ରୂପେ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ତାଲିବାନ କମାଣ୍ଡରମାନଙ୍କ ଆଦେଶାନୁସାରେ ତାଲିବାନ ଆତଙ୍କବାଦୀମାନେ ବର୍ତ୍ତମାନ ପ୍ରତ୍ୟେକ ଘରକୁ ଯାଇ ସେମାନଙ୍କ ‘ପୁରସ୍କାର’ ଦାବି କରୁଛନ୍ତି । ଜିହାଦିମାନେ ପ୍ରତ୍ୟେକ ଘରକୁ ଯାଇ ସେମାନଙ୍କ ଆଲଣା ଦେଖୁଛନ୍ତି । ସେଥିରୁ ସେମାନେ ସେ ଘରେ ଥିବା ଝିଅମାନଙ୍କ ବୟସ ଆକଳନ କରିନେଉଛନ୍ତି । ତା’ପରେ ସେ ଝିଅମାନଙ୍କୁ କେଉଁଠି ଲୁଚାଇ ରଖିଥିଲେ ବି ଘୋଷାରି ଘୋଷାରି ନେଇ ଯୌନଦାସୀ କରୁଛନ୍ତି । ତାଲିବାନର ଏଭଳି ବର୍ବରତା ପାଇଁ ଲୋକେ ଆତଙ୍କିତ ହୋଇ ରହିଛନ୍ତି ।
Powered by Froala Editor