ପ୍ରିୟଙ୍କାଙ୍କ ଟ୍ୱିଟର ପ୍ରୋଫାଇଲରେ ରାହୁଲଙ୍କ ଫଟୋ
ନୂଆଦିଲ୍ଲୀ: ଟ୍ୱିଟର ଏବଂ କଂଗ୍ରେସ ମଧ୍ୟରେ ଏବେ ବିବାଦ ତୀବ୍ର ହୋଇଛି । ଟ୍ୱିଟରର ନୀତି ଉଲ୍ଲଂଘନ କରି ରାହୁଲ ଗାନ୍ଧି କେତେକ ପୋଷ୍ଟ କରିବା ପରେ ଏହାକୁ ନେଇ ଟ୍ୱିଟର କଡ଼ା ଆଭିମୁଖ୍ୟ ଦେଖାଇ ଦଳୀୟ ଆକାଉଣ୍ଟକୁ ମଧ୍ୟ ଅଚଳ କରିଛି । କଂଗ୍ରେସ ଏହାର ଜୋରଦାର ବିରୋଧ କରିଥିବା ବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ତାଙ୍କ ଟ୍ୱିଟର ଆକାଉଣ୍ଟ ପ୍ରୋଫାଇଲରେ ରାହୁଲଙ୍କ ଫଟୋ ଲଗାଇଛନ୍ତି । ଅନ୍ୟ କେତେକ କଂଗ୍ରେସ ନେତା ମଧ୍ୟ ସେମାନଙ୍କ ଆକାଉଣ୍ଟରେ ରାହୁଲଙ୍କ ଫଟୋ ଲଗାଇବା ସହ ନିଜର ନାମ ମଧ୍ୟ ବଦଳାଇ ଦେଇଛନ୍ତି । ପ୍ରିୟଙ୍କା କହିଛନ୍ତି, ଟ୍ୱିଟର କଂଗ୍ରେସ ନେତାଙ୍କ ଆକାଉଣ୍ଟ ଅଚଳ କରିବା ପାଇଁ ମୋଦୀ ସରକାରଙ୍କ ନୀତିକୁ ପ୍ରୟୋଗ କରିଛି । ଦେଶରେ ଗଣତନ୍ତ୍ରକୁ ଦୁର୍ବଳ କରିବା ପାଇଁ ଟ୍ୱିଟର ବିଜେପି ସହିତ ସାମିଲ ହୋଇଛି ବୋଲି ସେ କହିଛନ୍ତି ।
Powered by Froala Editor