ପୌର ନିର୍ବାଚନ ପାଇଁ ହାଇକୋର୍ଟରେ ଦାୟର ହୋଇଛି ୩ଟି ପିଟିସନ୍
ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ମାମଲା ଦାୟର । ପୌର ନିର୍ବାଚନ ପାଇଁ ହାଇକୋର୍ଟରେ ଦାୟର ହୋଇଛି ୩ଟି ପୃଥକ ପିଟିସନ୍ । ନିର୍ବାଚନ କମିଶନଙ୍କ ସାମ୍ବିଧାନିକ ବିଫଳତା ଅଭିଯୋଗରେ ପିଟିସନ୍ ଦାୟର ହୋଇଛି । ଭୁବନେଶ୍ୱର ମହାନଗର ନିଗମ ପାଇଁ ପ୍ରସନ୍ନ ମିଶ୍ର, କଟକ ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପିଟିସନ୍ , ପୁରୀ ପାଇଁ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ପିଟିସନ୍ ଦାୟର ହୋଇଛି ।
୩ଟି ଯାକ ମାମଲା ଲଢ଼ିବେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ୟ୍ୟ । ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି ।
Powered by Froala Editor