ଝିଅର ନେହୁରା ବି ଶୁଣିଲେନି, ମୁସଲିମ ବ୍ୟକ୍ତିଙ୍କୁ ଜୟ ଶ୍ରୀରାମ କହିବାକୁ ବାଧ୍ୟ କଲେ
ବଜରଙ୍ଗ ଦଳର କିଛି ଲୋକ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ବିଚ୍ ରାସ୍ତାରେ ଓ ପୁଲିସ ଉପସ୍ଥିତିରେ ପିଟା ମରା କରିଥିବା ଅଭିଯୋଗ ହୋଇଛି । ଇ-ରିକ୍ସା ଚଲାଉଥିବା ୪୫ ବର୍ଷୀୟ ମୁସଲିମ ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯିବା ସହ 'ଜୟ ଶ୍ରୀରାମ' କହିବାକୁ ବାଧ୍ୟ କରାଇଥିଲା। ଦୟା ପାଇଁ ପୀଡ଼ିତଙ୍କ କୁନି ଝିଅ ଭିକ୍ ମାଗୁଥିଲେ ମଧ୍ୟ କେହି ଶୁଣିଲେ ନାହିଁ। ଶେଷରେ ପୀଡ଼ିତଙ୍କୁ ଛାଡ଼ି ଦିଆଯାଇଥିଲା ପୋଲିସ ହେପାଜତରେ। ଉତ୍ତର ପ୍ରଦେଶର କାନପୁରରେ ବୁଧବାର ଘଟିଛି ଏଭଳି ଘଟଣା।
ମୁସଲମାନ ବ୍ୟକ୍ତି ଜଣକ ହେଲେ ଅଫ୍ତାର ଅହମଦ। ସେ ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଉଥିଲେ ବୋଲି ଅଭିଯୋଗ ହୋଇଛି। ଏହାପରେ ତାଙ୍କୁ ପୁଲିସ ଜିମା ଦେଇଥିଲେ ଲୋକେ। ପୁଲିସ ତାଙ୍କୁ ନେଇଯିବା ସମୟରେ ବି ମରାଧରା କରୁଥିଲେ ଲୋକେ। ଅଫ୍ତାରକୁ ମାଡ଼ ହେଉଥିବା ଦେଖି ତାର ଛୋଟ ଝିଅ କାନ୍ଦୁଥିବାର କରୁଣ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଭିଡ଼ରେ ଥିବା ଲୋକମାନେ ଯେତେବେଳେ ଅଫ୍ତାରକୁ ମାରୁଛନ୍ତି ସେତେବେଳେ ତାର କୁନି ଝିଅ ଅଫ୍ତାରକୁ ଜାବୁଡ଼ି ଧରି କାନ୍ଦିବା ସହିତ ଅବ୍ବୁକୁ ନମାରିବାକୁ ଲୋକଙ୍କୁ ଅନୁରୋଧ କରୁଛି। ଏହି ଭିଡିଓ ଏବେ ଶୋସାଲ୍ ମିଡିଆରେ ଭାଇରାଲ୍ ହେଉଛି।
ତେବେ ଅଫ୍ତାରର ପରିବାର ଲୋକଙ୍କ ସୁଚନା ଅନୁସାରେ, ହଠାତ୍ ବଜରଙ୍ଗ ଦଳର କିଛି ଲୋକ ତାଙ୍କ ଘରକୁ ପସି ଆସି ଅଫ୍ତାରଙ୍କ ଉପରେ ଜଣେ ହୀନ୍ଦୁ ମହିଳାଙ୍କୁ ଜବରଦସ୍ତି ମୁସଲମାନ କରାଉଥିବାର ଅଭିଯୋଗ କଲେ। ଆଉ ତାଙ୍କୁ ଘରୁ ଟାଣି ନେଇ ବିଚ୍ ରାସ୍ତାରେ ପିଟାମରା କରିବା ଆରମ୍ଭ କରିଦେଇଥିଲେ। ପୀଡ଼ିତଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ଦାୟର କରାଯାଇଛି। ଆମେ ଆଇନ ଅନୁଯାୟୀ, ପଦକ୍ଷେପ ନେବୁ ବୋଲି କାନପୁରର ଜଣେ ବରିଷ୍ଠ ପୋଲିସ ଅଧିକାରୀ ରବୀନା ତ୍ୟାଗି କହିଛନ୍ତି।
ବଜରଙ୍ଗ ଦଳ ସଂଗଠନ ଦିଲ୍ଲୀପ ସିଂହ ମଧ୍ୟ ଅଭିଯୋଗ କରିଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲୁ ବୋଲି ସେ କହିଛନ୍ତି। ତେବେ ଅଫ୍ତାରଙ୍କ ପରିବାର ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି।
Powered by Froala Editor