ଦିଲ୍ଲୀରେ ମେଟ୍ରୋ ରେଳଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ଇ-ବସ୍
ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ପକ୍ଷରୁ ଦିଲ୍ଲୀରେ ଆରମ୍ଭ ହୋଇଛି ବିଦ୍ୟୁତ ଚାଳିତ ବସ ସେବା । ଡିଏମଆରସି ମୋଟ ୧୫୦ ବିଦ୍ୟୁତ ଚାଳିତ ବସ ଆଣିଥିବାବେଳେ ଗୁରୁବାର ୨୫ଟି ଇ-ବସ୍ ଦୁଇଟି ପଥରେ ଚଳାଚଳ ଆରମ୍ଭ କରିଛି। ଏହି ବସଗୁଡିକ କେବଳ ମେଟ୍ରୋ ରେଳଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ଏବଂ ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ନିକଟରୁ ନଗଦ ଅର୍ଥ ନିଆଯିବ ନାହିଁ। ମେଟ୍ରୋ ସ୍ମାର୍ଟ କାର୍ଡ ଜରିଆରେ ଏଥିରେ ଯାତ୍ରା କରିହେବ। ବସରେ ଯାତ୍ରା ପାଇଁ ୪ କିଲୋମିଟର ପର୍ଯ୍ୟନ୍ତ ୧୦ ଟଙ୍କା, ୪ରୁ ୮ କିଲୋମିଟର ପର୍ଯ୍ୟନ୍ତ ୧୫ ଟଙ୍କା, ୮ରୁ ୧୨ କିଲୋମିଟର ୨୦ ଟଙ୍କା ଏବଂ ତାହାଠାରୁ ଅଧିକ ଦୂରତା ପାଇଁ ୨୫ ଟଙ୍କା ଭଡା ଧାର୍ଯ୍ୟ କରାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ହ୍ୱିଲଚେୟାର ସହିତ ବସକୁ ପ୍ରବେଶ କରିବାକୁ ଆଙ୍କରେଜ ବ୍ୟବସ୍ଥା ରହିଛି।
ପ୍ରତ୍ୟେକ ବସରେ ୨୪ ଜଣ ଯାତ୍ରୀ ବସିବା ବ୍ୟବସ୍ଥା ରହିଛି। ବସଗୁଡିକରେ କୌଣସି କଣ୍ଡକ୍ଟର ମଧ୍ୟ ରହିବେ ନାହିଁ। ତାହାଛଡା ଧାର୍ଯ୍ୟ ରହଣି ସ୍ଥଳ ବ୍ୟତୀତ ଏହା ଅନ୍ୟ କେଉଁଠାରେ ରହଣି କରିବନାହିଁ। ଯାତ୍ରୀମାନେ ବସ ରହଣି ସ୍ଥଳରୁ ଯାତ୍ରା ଆରମ୍ଭ କରିବାପରେ ସେମାନେ କେବଳ ମେଟ୍ରୋ ଷ୍ଟେସନଗୁଡିକରେ ଓହ୍ଲାଇ ପାରିବେ। ଏଥିରେ ଅତ୍ୟାଧୁନିକ ପରିବହନ ବ୍ୟବସ୍ଥା ସହିତ ସିସିଟିଭି ଏବଂ ଜିପିଏସ ଖଞ୍ଜାଯାଇଛି।
Powered by Froala Editor