ଗଜନି ସହ ୧୦ ରାଜ୍ୟ ଅକ୍ତିଆର କଲା ତାଲିବାନ
ସପ୍ତାହକ ମଧ୍ୟରେ ତାଲିବାନର ଯୋଦ୍ଧାମାନେ ଆଫଗାନିସ୍ତାନର ଦ୍ବିତୀୟ ବୃହତ୍ତମ ସହର ଗଜନି ସମେତ ୧୦ଟି ରାଜ୍ୟର ରାଜଧାନୀକୁ ଅଧିକାର କରିସାରିଲେଣି । ଗତକାଲି ଆମେରିକାର ଗୁଇନ୍ଦା ସଂସ୍ଥା କହିଥିଲା ଯେ ଆସନ୍ତା ୯୦ ଦିନ ମଧ୍ୟରେ ଆଫଗାନିସ୍ତାନର ରାଜଧାନୀ କାବୁଲ ତାଲିବାନ ଅଧୀନକୁ ଚାଲିଯିବ । ତେବେ କେତେକ ସାମରିକ ବିଶେଷଜ୍ଞଙ୍କ ମତରେ ଅଗଷ୍ଟ ୩୧ ସୁଦ୍ଧା ଆମେରିକାର ସବୁ ସୈନ୍ୟ ଆଫଗାନିସ୍ତାନ ଛାଡ଼ିବାର ଅଳ୍ପ କିଛି ଦିନ ମଧ୍ୟରେ ହିଁ କାବୁଲକୁ ତାଲିବାନ ଅଧିକାର କରିନେବ । ତେଣୁ କାବୁଲକୁ ବଞ୍ଚାଇବାକୁ ଆଫଗାନ ସରକାର ନିଜର ସବୁ ଶକ୍ତି ଖଟାଇ ଦେଇଛନ୍ତି । ଆଫଗାନିସ୍ତାନର ଅନ୍ୟ ଅଞ୍ଚଳରେ ଥିବା ସୈନ୍ୟମାନଙ୍କୁ ଅଣାଯାଇ କାବୁଲର ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି । ଏହା ଫଳରେ ଦେଶର ଅନ୍ୟ ଅଞ୍ଚଳଗୁଡ଼ିକରେ ସ୍ଥିତି ସଂଗୀନ ହୋଇପଡ଼ିଛି । ହଜାର ହଜାର ଲୋକ ଘର ଛାଡ଼ି ପଡ଼ୋଶୀ ଦେଶଗୁଡ଼ିକୁ ପଳାୟନ କରୁଛନ୍ତି । ଏପଟେ ଗଜନି ତାଲିବାନ ଅଧିନକୁ ଚାଲିଯିବା ପରେ ଆଫଗାନିସ୍ତାନର ରାଜଧାନୀ କାବୁଲର ପତନ ଏକରକମ ନିଶ୍ଚିତ ଜଣାପଡ଼ୁଛି । ଆଫଗାନ ସରକାରଙ୍କ ଭାଳେଣି ପଡିଥିବାବେଳେ ତାଲିବାନୀ ସୈନ୍ୟ ବଳକୌଶଳ ଜୁଟାଉଛନ୍ତି ।
Powered by Froala Editor