କୋଭିସିଲ୍ଡ-କୋଭାକ୍ସିନର ମିକ୍ସିଂ ଗବେଷଣାକୁ ମଞ୍ଜୁରି

ନୂଆଦିଲ୍ଲୀ: କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସିଂ ସମ୍ପର୍କରେ ଗବେଷଣା ଲାଗି ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ମଞ୍ଜୁରି ଦେଇଛନ୍ତି । ଏହି ଗବେଷଣା ତାମିଲନାଡୁ ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା କରାଯିବ । ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅରଗାନାଇଜେସନ (ସିଡିଏସସିଓ) ଜୁଲାଇ ୨୯ ତାରିଖରେ ଏହି ଗବେଷଣା ପାଇଁ ସୁପାରିଶ କରିଥିଲେ । ଏହାର ଟ୍ରାଏଲ ୩୦୦ ଲୋକଙ୍କ ଉପରେ କରାଯିବ । ଜଣେ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ଭିନ୍ନ କୋଭିଡ ଟିକାର ଡୋଜ ଦେଲେ ତାଙ୍କ ଉପରେ ଏହାର କଣ ପ୍ରଭାବ ହୋଇପାରେ ତାହା ଜାଣିବା ଏହି ଗବେଷଣାର ଉଦେ୍ଧଶ୍ୟ । ତେବେ ଏହା ଆଇସିଏମଆର ପକ୍ଷରୁ ଟିକା ମିକ୍ସିଂ ଉପରେ କରାଯାଇଥିବା ଗବେଷଣାଠାରୁ ଭିନ୍ନ ହେବ । ଆଇସିଏମଆର ମେ-ଜୁନ ମାସ ମଧ୍ୟରେ ୟୁପିରେ କରୋନା ଟିକା ମିକ୍ସିଂ ଉପରେ ଏକ ଅନୁଧ୍ୟାନ କରିଥିଲା । ସେଥିରେ ସାମିଲ ଲୋକଙ୍କୁ ୩ଟି ଗ୍ରୁପରେ ବଣ୍ଟା ଯାଇଥିଲା । ପ୍ରତି ଗ୍ରୁପରେ ୪୦ ଜଣ ଲୋକଙ୍କୁ ସାମିଲ କରାଯାଇଥିଲା । ଟିକା ଲଗାଯିବା ପରେ ପ୍ରତି ଗ୍ରୁପର ନିରାପତ୍ତା ଓ ରୋଗ ପ୍ରତିରୋଧକ ପ୍ରୋଫାଇଲର ତୁଳନା କରାଯାଇଥିଲା । କୋଭାକ୍ସିନ ଓ କୋଭିସିଲ୍ଡ ମିକ୍ସ ଡୋଜ ନେଇଥିବା ଲୋକଙ୍କୁ କରୋନାର ଆଲଫା, ବିଟା ଓ ଡେଲଟା ଭାରିଆଣ୍ଟ ବିରୋଧ ଭଲ ରୋଗ ପ୍ରତିରୋଧକ କ୍ଷମତା ମିଳିଥିବା ଜଣାପଡ଼ିଥିଲା ।
Powered by Froala Editor