ସଫ୍ଟୱେୟାରରେ ତ୍ରୁଟି, ଭୁଲରେ ଆଦାୟ ହୋଇଥିବା ‘ଫି’ର ସୁଧ ଫେରାଇବ ଆୟକର ବିଭାଗ

ନୂଆଦିଲ୍ଲୀ: ସଫ୍ଟୱେୟାରରେ ଥିବା ତ୍ରୁଟି ଯୋଗୁଁ ଯେଉଁ ଟିକସଦାତାମାନଙ୍କ ଠାରୁ ଭୁଲରେ ଅଧିକ ସୁଧ ସଂଗ୍ରହ ହୋଇଛି କିମ୍ବା ବିଳମ୍ବ ଫି’ଆଦାୟ ହୋଇଛି ସେମାନଙ୍କୁ ସେହି ଅର୍ଥ ରାଶି ଫେରସ୍ତ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି । ୨୦୨୦-୨୧ ଆକଳନ ବର୍ଷର ଲାଗି ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣରେ ହୋଇଥିବା ତ୍ରୁଟି ପାଇଁ ଅର୍ଥ ଫେରସ୍ତ କରାଯିବା । କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରଭାବକୁ ନଜରରେ ରଖି କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ ପଇଠ କରିବାର ଅବଧିକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା ପୂର୍ବର୍ରୁ ଜୁଲାଇ ୩୧ ଥିଲା ଶେଷ ତାରିଖ । ସେହି ସମୟରେ ଆୟକର ରିଟର୍ଣ୍ଣ ପଇଠ କରିଥିବା କିଛି ଟିକସଦାତାଙ୍କ ଠାରୁ ଅଧିକ ମାତ୍ରାର ବିଳମ୍ବ ଫି’ସଂଗ୍ରହ ହୋଇଛି ।
Powered by Froala Editor