ପରସ୍ପରଙ୍କୁ ଛାଡପତ୍ର ଦେଲେ ଆଇଏଏସ ଦମ୍ପତି
ଜୟପୁର: ଖ୍ୟାତନାମା ଆଇଏଏସ ଦମ୍ପତି ଟିନା ତାବି ଓ ଅତହର ଆମିର ଖାନ ମଙ୍ଗଳବାର ଆଇନଗତ ଭାବେ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି । ଜୟପୁରର ଫ୍ୟାମିଲି କୋର୍ଟ ନଂ.୧ ଉଭୟଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁର କରିଛନ୍ତି । ସେମାନେ ପରସ୍ପରର ସହମତିରେ ଗତବର୍ଷ ନଭେମ୍ବରରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ସ୍ୱତନ୍ତ୍ର ବିବାହ ଆଇନର ଧାରା ୨୮ ଅନୁସାରେ କୋର୍ଟ ସେମାନଙ୍କ ବିବାହ ବିଚ୍ଛେଦକୁ ମଞ୍ଜୁର କରିଛନ୍ତି । ୨୦୧୬ ବ୍ୟାଚ ଆଇଏଏସ ଟପର ଦ୍ୱୟ ୨୦୧୮ ମାର୍ଚ୍ଚ ୨୦ରେ ବିବାହ କରିଥିଲେ । କାଶ୍ମୀରରୁ ଆଗତ ଖାନ ୟୁପିଏସସି ପ୍ରଶାସନିକ ସେବା ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଟିନା ଦାବି ସେହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଉଭୟଙ୍କୁ ରାଜସ୍ଥାନ କ୍ୟାଡର ମିଳିଥିଲା । ଟିନା ମଧ୍ୟ ଟ୍ରେନିଂ ସମୟରେ ମେଧା ତାଲିକାରେ ପ୍ରଥମ ସ୍ଥାନ ଲାଭ କରି ରାଷ୍ଟ୍ରପତି ପଦକ ପାଇଥିଲେ । ଗତବର୍ଷ ଟିନା ସାମାଜିକ ଗଣମାଧ୍ୟମରେ ନିଜ ନାମରୁ ଖାନ ଉପନାମକୁ ବାଦ ଦେଇ ନାମ ଲେଖିବା ଆରମ୍ଭ କରିବା ପରେ ଉଭୟଙ୍କ ଦାମ୍ପତି ଜୀବନରେ ଫାଟ ସୃଷ୍ଟି ହୋଇଥିବା ଘଟଣା ପଦାକୁ ଆସିଥିଲା ।
Powered by Froala Editor