‘ନୂଆ କରି ଜାତିଭିତ୍ତିକ ଜନଗଣନା ଏବେ ହୋଇପାରିବ ନାହିଁ’
ନୂଆଦିଲ୍ଲୀ: ନୂଆ କରି ଜାତିଭିତ୍ତିକ ଜନଗଣନା ଏବେ ହୋଇପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ୨୦୧୧ରେ ରେଜିଷ୍ଟ୍ରାର ଜେନେରାଲ ଅଫ ଇଣ୍ଡିଆ ପକ୍ଷରୁ ସାମାଜିକ ଅର୍ଥନୈତିକ ଏବଂ ଜାତିଗତ ଜନଗଣନା କରାଯାଇଥିଲା । ଏଥିରେ ଅନେକ ବୈଷୟିକ ଅସୁବିଧା ଥିବା ଦୃଷ୍ଟିରୁ ଆସିଥିଲା । ଏହାଛଡ଼ା ଏହା ଅନେକ ପୁରୁଣା ହୋଇ ଯାଇଥିବାରୁ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ସମ୍ବିଧାନର ୧୯୫୦ ନିୟମ ଅନୁସାରେ କେବଳ ଆଦିବାସୀ ହରିଜନଙ୍କ ଜନଗଣନା ୨୦୨୧ ରେ କାର୍ଯ୍ୟକାରୀ ହେବ । ୨୦୨୧ରେ ହେବାକୁ ଥିବା ଦଶନ୍ଧିଭିତ୍ତିକ ଜନଗଣନାରେ ଜାତିଭିତ୍ତିକ ଗଣନା ଯୋଜନା ଅଛି କି ବୋଲି ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ।
Powered by Froala Editor