ଗଣ ଦୁଷ୍କର୍ମ ପରେ ମଦ ପିଆଇ ମାରିଦେଲେ ଦୁଇ ଭଉଣୀଙ୍କୁ
ନୂଆଦିଲ୍ଲୀ : ଚାରିଜଣ ଯୁବକ ଦୁଇ ନାବାଳିକା ଭଉଣୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ । ତା’ପରେ ସେମାନଙ୍କୁ ଜବରଦସ୍ତ ମଦ ପିଆଇଥିଲେ । ଗୁରୁତର ଅବସ୍ଥାରେ ଦୁଇ ଭଉଣୀଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କ ମୃତୁ୍ୟ ହୋଇଛି । ଏଭଳି ବର୍ବର ଘଟଣା ହରିଆଣାର ସୋନିପତରେ ଘଟିଛି । ପୀଡ଼ିତାଙ୍କ ପରିବାର ହରିୟାଣା ପୁଲିସକୁ ସୂଚନା ଦେଇଥିଲେ, ସାପ କାମୁଡ଼ିବାରୁ ଦୁଇ ଭଉଣୀଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ହରିୟାଣା ପୁଲିସର ଏକ ଟିମ ଦିଲ୍ଲୀ ଯାଇ ଦୁଇ ଭଉଣୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ଡାକ୍ତର କହିଥିଲେ, ଏହା ସାପ କାମୁଡ଼ା ନୁହେଁ ବରଂ ଅତ୍ୟଧିକ ମଦ ପିଇବାରୁ ସେମାନଙ୍କ ମୃତୁ୍ୟ ହୋଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସ୍ପଷ୍ଟ ହୋଇଥିଲା, ଦୁହିଁଙ୍କୁ ଗଣଦୁଷ୍କର୍ମ ହୋଇଛି । ପୁଲିସ ପୀଡ଼ିତାଙ୍କ ପିତାମାତାଙ୍କୁ ପଚରା ଉଚରା କରିଥିଲେ । ପ୍ରଥମେ ସେମାନେ ଘଟଣାକୁ ଲୁଚାଇବାକୁ ଉଦ୍ୟମ କରୁଥିଲେ ହେଁ ପରେ ପୀଡ଼ିତାଙ୍କ ମାଆ ମୁହଁ ଖୋଲିଥିଲେ । ଝିଅ ଦୁଇଜଣ ଶୋଇଥିବା ବେଳେ ପଡ଼ିଶା ଘରେ ରହୁଥିବା ୪ ଜଣ ଯୁବକ ସେମାନଙ୍କୁ ଅପହରଣ କରି ନେଇଥିଲେ । ସେମାନେ ଗଣଦୁଷ୍କର୍ମ କରି ଗୁରୁତର ଅବସ୍ଥାରେ ନାବାଳିକା ଦ୍ୱୟଙ୍କୁ ଛାଡ଼ି ସେମାନଙ୍କୁ ଧମକ ଦେଇ ଯାଇଥିଲେ । ଝିଅ ଦୁଇଜଣଙ୍କୁ ହରାଇଲି । ପୁଅର ଜୀବନ ବଞ୍ଚାଇବାକୁ ଭୟରେ ଅଭିଯୋଗ କରି ନଥିଲୁ । ଏବେ କିନ୍ତୁ ନ୍ୟାୟ ଚାହୁଛି ।
Powered by Froala Editor