ଭୟଙ୍କର ଦୁର୍ଘଟଣା, ଉଡ଼ୁଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ମସ୍କୋ: ରୁଷିଆର କାମଚାତକା ଉପଖଣ୍ଡରେ ଆଜି ଭୟଙ୍କର ଦୁର୍ଘଟଣା ଘଟିଛି। ୧୬ ଜଣ ଲୋକଙ୍କୁ ନେଇ ମଝି ଆକାଶରେ ଉଡ଼ୁଥିବା ଗୋଟିଏ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଏହି ୧୬ ଜଣଙ୍କ ମଧ୍ୟରେ ଅଧିକାଂଶ ପର୍ୟ୍ୟଟକ। ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଧ୍ୱଂସ ପାଇ ଯାଇଥିବା ବେଳେ ଏହା ମଧ୍ୟରେ ଥିବା ଲୋକଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଏମଆଇ-୮ ହେଲିକପ୍ଟରଟି ୧୩ ଜଣ ପର୍ୟ୍ୟଟକ ଓ ୩ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଉଡ଼ାଣ ଭରିଥିଲେ। ତେବେ କ୍ରୋନୋଟସ୍କାଏ ପ୍ରକୃତି ହ୍ରଦ ନିକଟରେ ଥିବା ଲେକ କୁରିଲରେ ହେଲିକପ୍ଟରଟଠି ସିଧା ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।
ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଉଦ୍ଧାରକାର୍ୟ୍ୟରେ ୪୦ ଜଣିଆ ଟିମ୍କୁ ନିୟୋଜିତ କରାଯାଇଛି।
ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ୧୬ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ୭ ଜଣଙ୍କର କୌଣସି ପତ୍ତା ମିଳୁନି। ସେମାନଙ୍କୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି।
Powered by Froala Editor