ଅସଫଳ ହୋଇଛି ଇସ୍ରୋ, ଜାଣନ୍ତୁ କାହିଁକି ?

ଶ୍ରୀହରିକୋଟା/ବେଙ୍ଗାଲୁରୁ:ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଜି (ଗୁରୁବାର) ନୂଆ ଇତିହାସ ଲେଖିବା ପୂର୍ବରୁ ହୋଇଛି ଅସଫଳ । ଆର୍ଥ ଅବର୍ଜବେଶନ ସାଟେଲାଇଟ EOS-୩କୁ GSLV-F୧୦ ରକେଟ ଜରିଆରେ ଉତକ୍ଷେପଣ କରାଯାଇଥିଲା । କିନ୍ତୁ ମିଶନ ସଫଳ ହେବାକୁ ୧୦ ସେକେଣ୍ଡ ବାକି ଥିବା ବେଳେ ଏହା ତ୍ରୁଟି ଦେଖାଯାଇଥିଲା ।
ମିଶନର କଣ୍ଟ୍ରୋଲ ସେଣ୍ଟରକୁ ରକେଟର ତୃତୀୟ ଷ୍ଟେଜରେ ଲାଗିଥିବା କ୍ରାୟୋଜନିକ ଇଞ୍ଜିନରୁ ୧୮.୨୯ ମିନିଟରେ ସିଗନାଲ ଓ ଡାଟା ଆସିବା ବନ୍ଦ ହୋଇଯାଇଥିଲା । ତେବେ କିଛି ସମୟର ଅପେକ୍ଷା ସତ୍ତ୍ବେ ଆଉ ଡାଟା ନଆସିବାରୁ ମିଶନ ନିର୍ଦ୍ଦେଶକ ଇସ୍ରୋ ମୁଖ୍ୟ କେ ଶିବନଙ୍କୁ ସୂଚନା ଦେଇଥିଲେ । ଏହାପରେ ଇସ୍ରୋ ମୁଖ୍ୟ କେ ଶିବନ ମିଡିଆ ବକ୍ସକୁ ଆସି କ୍ରାୟୋଜୋନିକ ଇଞ୍ଜିନରେ ଟେକନିକାଲ ଖରାପ ହୋଇଥିବା କହିଥିଲେ । ଯାହା ଦ୍ବାରା ମିଶନ ବିଫଳ ହୋଇଥିବା ଘୋଷଣା କରିଥିଲେ ଶିବନ ।ଇସ୍ରୋ ମୁଖ୍ୟଙ୍କ ଏହି ଘୋଷଣା ପରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟର ପରିସର ପୁରା ସ୍ତବ୍ଧ ହୋଇଯାଇଥିଲା । ତେବେ ଇସ୍ରୋ ପକ୍ଷରୁ କୁହାଯାଇଛି ମିଶନ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇନାହିଁ । ଆଶିଂକ ବିଫଳ ହୋଇଛି । ଯଦି ମିଶନ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଥାନ୍ତା, ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ରଚିଥାନ୍ତା ନୂଆ ଇତିହାସ । ଏହାସହ ସକାଳ ୧୦.୩୦ ପରେ ଏହି ସାଟେଲାଇଟ ଭାରତର ଫଟୋ ଉତ୍ତୋଳନ କରି ପଠାଇଥାନ୍ତା । ଏହି ମିଶନ ଲଞ୍ଚ କରି ଏକାଥରେ ଇସ୍ରୋ ୩ ଟି କାମ କରିଥିଲା ଓ କରିବାକୁ ଯୋଜନା କରିଥିଲା । ପ୍ରଥମତଃ ଜିୟୋ ଅର୍ବିଟରରେ ଆର୍ଥ ଅବର୍ଜବେଶନ ସାଟେଲାଇଟକୁ ସ୍ଥାପନ କରିଥାନ୍ତା । ଦ୍ବିତୀୟରେ ଏହାର ସହଯୋଗରେ ଆଗକୁ ବଡ ବଡ ସାଟେଲାଇଟ ପ୍ରେରଣ ଯୋଜନା । ତୃତୀୟରେ ପ୍ରଥମ ଥର ସାଟେଲାଇଟ ଲଞ୍ଚ ସମୟ ସକାଳକୁ ଚୟନ କରିବା ।
Powered by Froala Editor