ଗାଜିଆବାଦ୍ ସବୁଠୁ ପ୍ରଦୂଷିତ, ଜାଣନ୍ତୁ ଆଉ କେଉଁ ସହର ଅଛି ଏହି ତାଲିକାରେ

ପୃଥିବୀର ପ୍ରଦୂଷିତ ସହରର ଏକ ରିପୋର୍ଟ ଆସିଛି। ୫୦ ସହର ମଧ୍ୟରୁ ୪ ଦେଶର ୪୯ ସହର ପ୍ରଦୂଷିତ ସହର ଲିଷ୍ଟରେ ରହିଛି । ବାଂଲାଦେଶ, ଚୀନ, ପାକିସ୍ତାନ ଏବଂ ଭାରତର ୪୯ ସହର ଏହି ଲିଷ୍ଟରେ ସାମିଲ ଅଛି। ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୨୦ରେ ବାଂଲାଦେଶ ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ଥିଲା। ଏହା ପରେ ପାକିସ୍ତାନ, ଭାରତ ଏବଂ ମୋଙ୍ଗୋଲିଆ ରହିଛି। ଏଥିସହିତ, ୟୁପିର ଗାଜିଆବାଦର ନାମ ଦୁନିଆର ସବୁଠାରୁ ପ୍ରଦୂଷିତ ସହରରେ ଅନ୍ତର୍ଭୁକ୍ତ ହୋଇଛି।
ବ୍ରିଟିଶ କମ୍ପାନୀ ହାଉସ୍ଫ୍ରେସ୍ ଦ୍ବାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ଅନୁସାରେ, ଝିଜିଆଙ୍ଗ ପ୍ରାନ୍ତରେ ଚୀନ ସହର ହୋଟନ ବିଶ୍ବର ସବୁଠୁ ଅଧିକ ପ୍ରଦୂଷିତ ସହର। ହୋଟନରେ ପ୍ରଦୂଷଣ ପାଇଁ ମରୁଭୂମି ଦାୟୀ ବୋଲି ରିପୋର୍ଟରେ କୁହାଯାଇଛି। କାରଣ ଏହି ସହର ପାଖରେ ରହିଛି ତକଲିମାକାନ ମରୁଭୂମି।
ଏହା ପରେ ରହିଛି ଉତ୍ତରପ୍ରଦେଶର ଗାଜିଆବାଦ। ଗାଜିଆବାଦରେ ପ୍ରଦୂଷଣ ମାତ୍ରା ବଢ଼ିବାର କାରଣ ଯାତାୟାତ ବୋଲି କୁହାଯାଇଛି। ବାଂଲାଦେଶର ମାନିକଗଞ୍ଜ ତୃତୀୟ ସ୍ଥାନରେ ରହିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଦ୍ରୁତ ଅଭିବୃଦ୍ଧି ଦିଗରେ ଗତି କରୁଥିବା ବାଂଲାଦେଶ ପ୍ରଦୂଷଣ ମାମଲାରେ ଶୀର୍ଷରେ ରହିଛି। ଏଠାରେ ଶିଳ୍ପ କ୍ଷେତ୍ର ବାର୍ଷିକ ୧୩ ପ୍ରତିଶତ ହାରରେ ବୃଦ୍ଧି ପାଉଛି।
Powered by Froala Editor