ସ୍କୁଲ୍ ପାଇଁ ଗାଇଡଲାଇନ ଜାରି କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ କିଛି ରାଜ୍ୟରେ ସ୍କୁଲ ଖୋଲିଲାଣି । ଏହାସହ ଆଉ କିଛି ରାଜ୍ୟ ସ୍କୁଲ ଖୋଲିବା ଲାଗି ଚିନ୍ତା କରୁଛନ୍ତି । ଲୋକସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ ଯେ, ଲାକ୍ଷାଦ୍ବୀପ, ପୁଡୁଚେରୀ, ନାଗାଲାଣ୍ଡ, ପଞ୍ଜାବ, ଉତ୍ତରାଖଣ୍ଡ, ହରିଆଣା, ହିମାଚଳ ପ୍ରଦେଶରେ ଅଗଷ୍ଟ ୨ ତାରିଖ ସୁଦ୍ଧା ସ୍କୁଲ ଖୋଲିଥିବା ବେଳେ ଆନ୍ଧ୍ରପ୍ରଦେଶରେ ଆସନ୍ତା ୧୬ ତାରିଖ ସୁଦ୍ଧା ସ୍କୁଲ ଖୋଲିବାକୁ ଯୋଜନା ରହିଛି ।
ଏଭଳି ସ୍ଥିତିରେ ଗାଇଡଲାଇନ ଜାରି କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ । ସାମାଜିକ ଦୂରତା, ମାସ୍କ ପିନ୍ଧିବାର, ଗୃହ ଭିତରେ ଏକାଠି ହେବା, ସ୍ବଚ୍ଛତା, ବୟସ୍କଙ୍କୁ ଟିକାଦାନ ଉପରେ ସେ ଗୁରୁତ୍ବ ଦେଇଛନ୍ତି । ସେ କହିଛନ୍ତି, ପିଲାଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ନହେବା ଯାଏଁ ଟିକା ନେଇଥିବା ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଯେଉଁଠାରେ ଗୋଷ୍ଠୀ ସଂକ୍ରମଣ ଅତି ନିମ୍ନ ଥିବ ସେଠାରେ ସ୍କୁଲ ଖୋଲାଯାଉ । ପିଲାଙ୍କ ଦୀର୍ଘକାଳୀନ ମାନସିକ, ଶାରୀରିକ ଓ ବୌଦ୍ଧିକତା ସ୍ଥିତି ଉପରେ ଯେପରି କୌଣସି ଗୁରୁତର ପ୍ରଭାବ ପଡିବ ନାହିଁ, ସେଥିଲାଗି ଗାଇଡଲାଇନ ଜାରି କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।
Powered by Froala Editor