ପୁଅ ପାଇଁ ଔଷଧ କିଣିବାକୁ ଯାଇଥିଲେ, ବୋଲେରୋ ଧକ୍କାରେ ପରିବାରର ୫ ଜଣଙ୍କ ମୃତ୍ୟୁ
ପୁଅ ପାଇଁ ଔଷଧ କିଣିବାକୁ ଯାଇଥିଲେ । କିଏ ଜାଣଥିଲା ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିବ ବୋଲି । ଏଭଳି ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶ ସମ୍ବଲରେ । ଗୁନ୍ନୋର ଉମରା ବାସିନ୍ଦା ବିପନେଶ, ଦୁଇ କୁନି ପୁଅ ଅନିକେତ ଏବଂ ଆରକେ, ମା ପ୍ରୀତି ଏବଂ ଦାଦା ରାମ ନିବାସ ସିଂହଙ୍କ ମୃତ୍ୟୁ ହୋଇଛି।
ପୁଅ ଆରକେ ପାଇଁ ଔଷଧ କିଣିବା ପରେ ବାଇକରେ ବସି ୫ ଜଣ ଘରକୁ ଫେରୁଥିଲେ। ଗୁନ୍ନୋର ଅନ୍ତର୍ଗତ କାଦରବାଦ ପାଖରେ ସାମ୍ନାପଟୁ ଦ୍ରୁତ ଗତିରେ ମାଡ଼ି ଆସିଥିଲା ଏକ ବୋଲେରୋ । ଫଳରେ ବାଇକରେ ଥିବା ଦାଦା, ମା-ବାପ ଏବଂ ଦୁଇ କୁନି ପିଲାଙ୍କ ମୃତ୍ୟୁ ହୋଇଯାଇଛି । ଅନିୟନ୍ତ୍ରିତ ବୋଲେରୋ ମାଡ଼ିଯିବା ଫଳରେ ବାଇକରେ ବସିଥିବା ୫ ଜଣଙ୍କ ମୃତ୍ୟୁ ହୋଇଛି । ନିୟନ୍ତ୍ରଣ ହରାଇ ବୋଲେରୋ ସିଧା କ୍ଷେତକୁ ପଶିଯାଇଥିଲା । ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଗୋଟିଏ ପରିବାର ତିନି ପୀଢ଼ିର ୫ ସଦସ୍ୟଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Powered by Froala Editor