ଶାମ୍ପୁ ବୋତଲରେ ହେରୋଇନ ଚାଲାଣ, ଧରାପଡିଲେ ୨ ଆଫଗାନ ନାଗରିକ
କିଛି ଦିନ ହେଲା ଦିଲ୍ଲୀ ଏୟାରପୋର୍ଟ ସହ ବିଭିନ୍ନ ସ୍ଥାନରୁ ହେରୋଇନ ଜବତ ହେବାରେ ଲାଗିଛି। ଡିସେମ୍ବର ୨୦୨୦ରୁ ଜୁନ୍ ମାସ ମଧ୍ୟରେ କଷ୍ଟମ ବିଭାଗ ୬୦୦ କୋଟି ଟଙ୍କାର ହେରୋଇନ ଜବତ କରିସାରିଲାଣି। ଏସବୁ ଘଟଣାରେ ୧୪ଟି ମାମଲା ରୁଜୁ କରାଯାଇ ୧୮ ଜଣ ବିଦେଶୀ ନାଗରିକଙ୍କ ସହ ଦୁଇ ଭାରତୀୟଙ୍କୁ ଗିରଫ କରାଯାଇଛି। ପୁଣି ଆଜି ହେରୋଇନ ଚାଲାଣ ବେଳେ ଦୁଇ ଜଣ ଧରାପଡିଛନ୍ତି । ଶାମ୍ପୁ ବୋତଲରେ ହେରୋଇନ ଚାଲାଣ ହେଉଥିବାବେଳେ ଧରିଛି ଦିଲ୍ଲୀର କଷ୍ଟମ ବିଭାଗ । ଗିରଫ ଦୁଇ ଜଣ ଯୁବକ ଆଫଗାନିସ୍ତାନର ନାଗରିକ। ଉଭୟ ତେହରାନରୁ ଦୁବାଇ ଦେଇ ଭାରତରେ ପହଞ୍ଚିଥିଲେ।
ଏହି ଦୁଇ ଯୁବକ ୩୦ଟି ଚୁଟି କଲର ହେଉଥିବା ବୋତଲ ଓ ଦୁଇଟି ଶାମ୍ପୁ ବୋତଲ ଜରିଆରେ ହେରୋଇନ ଚୋରାଚାଲାଣ କରୁଥିଲେ। ୮ କେଜି ଓଜନର ହେରୋଇନ ଜବତ କରାଯାଇଛି। ଏହାର ବଜାର ମୂଲ୍ୟ ପ୍ରାୟ ୫୩ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏବେ ଘଟଣା ଅଧିକ ତଦନ୍ତ କରାଯାଉଛି।
Powered by Froala Editor