୧୦୦ ତଳକୁ ଖସିଛି କରୋନା ଭାଇରସ ମାମଲା, କେଉଁଠି ଜାଣନ୍ତୁ?
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସ ମାମଲା ୧୦୦ ତଳକୁ ଖସିଲାଣି । ସତ ହେଲେ ରାଜଧାନୀରେ ମହାମାରୀର ବିପଦ ଏବେ ବି ଟଳି ନାହିଁ । ଦିଲ୍ଲୀରେ ବିପଦ ପୂର୍ଣ୍ଣ ତଥା ତ୍ୱରିତ ବେଗରେ ବ୍ୟାପୁଥିବା ଡେଲଟା ଭାଇରସ ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି । ଦିଲ୍ଲୀ ସରକାର ଗତ ୩ ମାସ ମଧ୍ୟରେ ଯେଉଁ ଭାଇରସ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଇଥିଲେ ସେଥିରୁ ୮୦% ନମୁନାରୁ ଡେଲଟା ଭାଇରସ ମିଳିଛି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମଏ) ପକ୍ଷରୁ ଆୟୋଜିତ ବୈଠକରେ ସ୍ୱାସ୍ଥ୍ୟ ବିଭାଗ ଉପସ୍ଥାପନ କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି । ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ, ଜୁଲାଇରେ ଜିନୋମ ସିରିଜ ପାଇଁ ପଠାଯାଇଥିବା ମୋଟ ନମୁନାରୁ ୮୩.୩%, ଜୁନରେ ପଠାଯାଇଥିବା ନମୁନାରୁ ୮୮.୬% ମେ ମାସରେ ପଠା ଯାଇଥିବା ନମୁନାରୁ ୮୧.୭% ନମୁନାରେ ଭାଇରସର ଡେଲଟା ସ୍ୱରୂପ ଚିହ୍ନଟ ହୋଇଛି । କିନ୍ତୁ ଏପି୍ରଲରେ ପଠାଯାଇଥିବା ନମୁନାରୁ ମାତ୍ର ୫୩.୯% ନମୁନାରେ ଡେଲଟା ଭାଇରସ ଚିହ୍ନଟ ହୋଇଥିଲା । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଏହି ସଂକ୍ରମାକ ଡେଲଟା ଭାଇରସ କରୋନାର ତୃତୀୟ ଲହରକୁ ଜନ୍ମ ଦେଇପାରେ । ତେଣୁ କେଜରିୱାଲ ସରକାର ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ପର୍ଯ୍ୟାପ୍ତ ବନେ୍ଦାବସ୍ତ କରୁଛନ୍ତି । ସମ୍ପ୍ରତି ଦୋକାନ, ବଜାର, ଅଫିସ ଖୋଲା ଯାଇଥିବାରୁ କରୋନାକୁ ନେଇ ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି ।
Powered by Froala Editor