କୋଭିଡ୍ ନେଗେଟିଭ୍ ରିପୋର୍ଟ ଦିଅ, ମଦ କିଣ
ମଦ କିଣିବାକୁ ହେଲେ ଏଣିକି କୋଭିଡ ନେଗେଟିଭ ରିପୋର୍ଟ ଆଣିବାକୁ ପଡିବ । କେରଳରେ ବଢୁଥିବା ସଂକ୍ରମଣକୁ ଦେଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ମଦ ଦୋକାନରେ ଧାଡି ବାନ୍ଧୁଥିବା ଲୋକଙ୍କ ପାଇଁ କେରଳ ସରକାର RT-PCR ଟେଷ୍ଟ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି। କାରଣ ମଙ୍ଗଳବାର ତିନି ମାସ ମଧ୍ୟରେ କୋଭିଡ -୧୯ ଟେଷ୍ଟ ପଜିଟିଭିଟି ରେଟ୍ ସର୍ବାଧିକ ପହଞ୍ଚିଛି। ଦେଶର ଦୈନିକ ସମକ୍ରମଣର ୫୦ ପ୍ରତିଶତରୁ ଅଧିକ କେରଳରୁ ଆସୁଥିବା ବେଳେ, କେରଳ ମଙ୍ଗଳବାର ଦିନ ୨୧, ୧୧୯ ନୂତନ ସଂକ୍ରମଣ ରିପୋର୍ଟ କରିଛି ଏବଂ ଟେଷ୍ଟ ପଜିଟିଭିଟି ହାର ୧୫.୯୧ ଅଛି।
ଶନିବାର ଲକଡାଉନ୍ ପ୍ରତ୍ୟାହାର କରିବା ଏବଂ ମଲ୍ ଗୁଡିକରେ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ କେରଳ ସରକାର। କିନ୍ତୁ ଏଥି ସହିତ ଯଦି କୌଣସି ଅଞ୍ଚଳରେ ହଠାତ୍ ମାମଲା ଅଧିକ ହୁଏ ତେବେ ଟ୍ରିପଲ୍ ଲକଡାଉନ୍ ଲାଗୁ କରିବାକୁ ଚେତାବନୀ ଦେଇଛନ୍ତି । ଆସନ୍ତା ଦିନରେ କେରଳରେ ଆସୁଛି ଓନମ୍ ଉତ୍ସବ ଏଥିରେ ଭିଡ଼ ନ ଜମିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଚେତାବନୀ ଦେଇଛି।
Powered by Froala Editor