ପାଇଖାନାରୁ ରଣା ସାପ ଓ ଅଣ୍ଡା ଉଦ୍ଧାର
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଖଣ୍ଡସାହି ଗ୍ରାମର ଏକ ଅବ୍ୟବହୃତ ପାଇଖାନାରୁ ୩ ଟି ରଣା ସାପ ସହ ୧୮ ଟି ଅଣ୍ଡା ଉଦ୍ଧାର ହୋଇଛି । ଗ୍ରାମର ଗଗନ ବିହାରୀ ଦାସଙ୍କ ଘର ବାଡ଼ି ପଟେ ଏକ ପୁରୁଣା ଅବ୍ୟବହୃତ ପାଇଖାନା ଥିଲା ।ଗତକାଲି ସେହି ପାଇଖାନା ଏବଂ ନନ୍ଦକୁ ଖୋଳି ବାହାର କରିବା ପାଇଁ ମୂଲିଆ ଆସି ଶାବଳରେ ଉପର କଭର ଟିକୁ ଟେକନ୍ତେ, ତା ଭିତରେ ୩ ଟି ରଣା ସାପ ଏବଂ କିଛି ଅଣ୍ଡା ଦେଖି ଭୟଭୀତ ହୋଇ କାମ ବନ୍ଦ କରି ଥିଲେ । ଏହାପରେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମାଲ୍ଲିକଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ଘର ଲୋକେ । ଶୁଭେନ୍ଦୁ ଙ୍କ ଠାରୁ ଖବର ପାଇ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ନଳିନୀ ପ୍ରସାଦ ଦାସ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ପରେ ଗୋଟିଏ ରଣା ସାପ କୁ ଉଦ୍ଧାର କରିଥିଲେ । ୩ ଟି ଯାକ ସାପଙ୍କୁ ଗାଁ ଠାରୁ ଦୂରରେ ଛାଡି ଦିଆଯାଇଛି । ଅଣ୍ଡା ଗୁଡିକୁ ସ୍ନେକ ହେଲ୍ପ ଲାଇନ କାର୍ୟ୍ୟାଳୟକୁ ନେଇ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ବ୍ୟବସ୍ଥା କରାଯିବ । ଯାହା କିଛି ଅଣ୍ଡା ଯଦି ଫୁଟିବାରେ ସକ୍ଷମ ହେଲା ସେସବୁ କୁ ବନ ବିଭାଗ କୁ ହସ୍ତାନ୍ତର କରିଦିଆଯିବ ।