ମାଡ଼ିଲାଣି ‘ଜିକା’ ଭାଇରସ : ୭୯ଗାଁରେ ସତର୍କ ସୂଚନା ଜାରି
ମହାରାଷ୍ଟ୍ର ବିଭିନ୍ନ ଅଞ୍ଚଳରେ ଜିକା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୭୯ଟି ଗାଁରେ ଜିକା ଭାଇରସ ଆଶଙ୍କା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିପାଇଁ ପୂରା ହାଇଆଲର୍ଟରେ ରହିଛି ସ୍ୱାସ୍ଥ୍ୟ ବିଭାଗ। ଆବଶ୍ୟକ ହେଲେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘର ବୁଲି ପରୀକ୍ଷା କରାଯିବ ।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ମୁତାବକ, ମଶାମାନଙ୍କ ଦ୍ବାରା ହିଁ ଜିକା ଭାଇରସ ବ୍ୟାପିଥାଏ । ଏହା ଦ୍ବାରା ଡେଙ୍ଗୁ ଏବଂ ଚିକୁନଗୁନିଆ ମଧ୍ୟ ବ୍ୟାପିଥାଏ । ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଏହି ସବୁ ମଶା ଦେଖାଯାଆନ୍ତି । ସେହି ମଶା ଜିକା ଭାଇରସ ବ୍ୟାପକ ଭାବେ ବିସ୍ତାର କରିଥାନ୍ତି ।
ଜିକା ଭାଇରସ ବ୍ୟାପିବାକୁ ଆଶଙ୍କା ଥିବା ଜିଲ୍ଲାଗୁଡିକରେ ଅଧିକ ସତର୍କତା ଅବଲମ୍ବନ କରାଯାଇଛି। ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଥିବା ୭୯ଗାଁରେ ସତର୍କ ସୂଚନା ଜାରି କରାଯାଇଛି। ଯଦି ଉକ୍ତ ଗାଁ ଗୁଡିକରୁ ଅଧିକ ସଂଖ୍ୟକ ଡେଙ୍ଗୁ ଏବଂ ଚିକୁନଗୁନିଆ ରୋଗୀ ଚିହ୍ନଟ ହୁଅନ୍ତି ତେବେ ସେଠାରେ ଜିକା ଭାଇରସ ନେଇ ରକ୍ତ ନମୂନା ପରୀକ୍ଷା କରାଯିବ। ଏହା ସହିତ ସଂପୃକ୍ତ ଅଞ୍ଚଳଗୁଡିକରେ ସଫେଇ କାର୍ଯ୍ୟ ଏବଂ ସାନିଟାଇଜେସନ୍ ପ୍ରକ୍ରିୟା ଆରମ୍ଭ ହେବ ।
ଜିଲ୍ଲାପାଳ ଡାକ୍ତର ରାଜେଶ ଦେଶମୁଖ କହିଛନ୍ତି, ପୁଣେର ପ୍ରାୟ ୭୯ଟି ଗାଁରେ ଡେଙ୍ଗୁ ଏବଂ ଚିକୁନଗୁନିଆ ଭଳି ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି। ଗତ ୩ ବର୍ଷ ହେଲା ଏହି ସବୁ ଅଞ୍ଚଳରେ ଡେଙ୍ଗୁ ଏବଂ ଚିକୁନଗୁନିଆ ମାମଲା ବଢ଼ି ଚାଲିଛି।
Powered by Froala Editor