୨୫ ସପ୍ତାହରେ ଜନ୍ମ ହୋଇଥିବା ଶିଶୁ ଘରକୁ ଗଲା
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଛୋଟ ଶିଶୁ କ୍ୱେକ ୟୁ ଜୁଆନ ଦୀର୍ଘ ୧୩ ମାସ ପରେ ଡାକ୍ତରଖାନାରୁ ଘରକୁ ଯାଇଛି । ଜନ୍ମରୁ ତାକୁ ଡାକ୍ତରଖାନାରେ ସ୍ୱତନ୍ତ୍ର ଚିକିତ୍ସାରେ ରଖାଯାଇଥିଲା । ୨୦୨୦ ଜୁନ ୯ରେ ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟି ହସ୍ପିଟାଲରେ ଜୁଆନ ଜନ୍ମ ସମୟରେ ମାତ୍ର ୨୧୨ ଗ୍ରାମ ଓଜନ ଓ ୨୪ ସେଣ୍ଟିମିଟର ଲମ୍ବର ହୋଇଥିଲେ । ତେଣୁ ଜୁଆନକୁ ବିଶ୍ୱର କ୍ଷୁଦ୍ରତମ ଶିଶୁ ଆଖ୍ୟା ଦିଆଯାଇଥିଲା । ଗର୍ଭର ମାତ୍ର ୨୫ ସପ୍ତାହରେ ସେ ଜନ୍ମ ହୋଇଥିବାରୁ ଅପରିପକ୍ୱ ଥିଲା ଏବଂ ତାକୁ ସ୍ୱତନ୍ତ୍ର ଚିକିତ୍ସାରେ ରଖାଯାଇଥିଲା । ଏବେ ଡାକ୍ତରଖାନାରୁ ମୁକ୍ତ ହେବା ବେଳେ ତାର ଓଜନ ୬ କିଲୋ ୩୦୦ ଗ୍ରାମ ହୋଇଛି । ଚିକିତ୍ସକଙ୍କ ଅକ୍ଳାନ୍ତ ପରିଶ୍ରମରେ ତାର ଜୀବନ ରକ୍ଷା କରାଯାଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି । ସୂଚନା ଯୋଗ୍ୟ ଯେ ଜୁଆନ ପୂର୍ବରୁ ଆମେରିକାର ଏକ ଶିଶୁକୁ କ୍ଷୁଦ୍ରତମ ବୋଲି କୁହାଯାଉଥିଲା । ଏହି ଶିଶୁ ୨୦୧୮ ରେ ଜନ୍ମ ବେଳେ ମାତ୍ର ୨୪୫ ଗ୍ରାମ ଓଜନର ଥିଲା ।
Powered by Froala Editor