ଦେଶରେ ୨୮,୨୦୪ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୨୮,୨୦୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୯୮୧୫୮କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରୁ ୩,୧୧,୮୦,୯୬୮ ଜଣ ସୁସ୍ଥ ହୋଇସାରିଛନ୍ତି। ସଂପ୍ରତି ଦେଶରେ ୩,୮୮,୫୦୮ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଏଥିସହିତ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୨୮,୬୮୨କୁ ବୃଦ୍ଧିପାଇଛି। ଦେଶରେ ଆରୋଗ୍ୟ ହାର ୯୭.୪୫% ରହିଥିବାବେଳେ ମୃତ୍ୟୁ ହାର ୧.୩୪% ରହିଥିବା ଜଣାଯାଇଛି।
Powered by Froala Editor