ବିଜେପି ନେତା ଓ ପତ୍ନୀଙ୍କୁ ମାରିଦେଲେ ଆତଙ୍କବାଦୀ, କାହିଁକି ଜାଣନ୍ତୁ
ଶ୍ରୀନଗର: ଦକ୍ଷିଣ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ଜଣେ ବିଜେପି ନେତା ଓ ତାଙ୍କ ପତ୍ନୀଙ୍କର ମୃତୁ୍ୟ ହୋଇଛି । କୁଲଗାମରେ ବିଜେପି କିଷାନ ମୋର୍ଚ୍ଚା ସଭାପତି ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କୁ ସକାଳେ ଅନନ୍ତନାଗର ଲାଲ ଚୌକ ଅଞ୍ଚଳରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଗୁଳିକାଣ୍ଡ ପରେ ଦମ୍ପତିଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲେ ସୁଦ୍ଧା ସେମାନଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ତେବେ ଏହି ଘଟଣାର କିଛି ଘଣ୍ଟା ପୂର୍ବରୁ ସୁରକ୍ଷାକର୍ମୀମାନେ ପୁଞ୍ଚ ଜିଲ୍ଲାର ଏକ ସ୍ଥାନରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ । ବିଜେପି ଜମ୍ମୁ କାଶ୍ମୀର ମୁଖପାତ୍ର ଅତଲଫ ଠାକୁର ଉକ୍ତ ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି । ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି । ଗୁଲାମ ରସୁଲ ଦାର ଜଣେ ସରପଞ୍ଚ ଥିଲେ । ଗତବର୍ଷ ଡିଡିସି (ଜିଲ୍ଲା ବିକାଶ ପରିଷଦ) ନିର୍ବାଚନ ସେ ଲଢ଼ି ପରାଜିତ ହୋଇଥିଲେ । ଦାର ଏବେ ଅନନ୍ତନାଗର ଏକ ଭଡ଼ା ଘରେ ରହୁଥିଲେ ।
Powered by Froala Editor